ନ୍ୟୁୟର୍କ : ଆମେରିକାବାସୀଙ୍କ ସହ ଭେଦଭାବ କରୁଥିବା ନେଇ ଆଗତ ମାମଲାରେ ଟାଟା କନସଲଟାନ୍ସି ସର୍ଭିସେସ୍ ଆମେରିକାର ଏକ ଅଦାଲତରେ ବିଜୟ ହାସଲ କରିଛି। କାଲିଫର୍ନିୟା ଜୁରୀ କୋର୍ଟ ଟିସିଏସ୍ ବିରୋଧରେ ଆଗତ ମାମଲାକୁ ଖାରଜ କରିଦେଇଛନ୍ତି। କମ୍ପାନୀର ୪ ଜଣ ପୂର୍ବତନ ଆମେରିକୀୟ କର୍ମଚାରୀଙ୍କ ପକ୍ଷରୁ କାଲିଫର୍ନିୟାର ଅକଲାଣ୍ଡ ସ୍ଥିତ ଫେଡେରାଲ ଜୁରୀ ଅଦାଲତରେ ମାମଲା ଦାଏର କରିଥିଲେ। ସେମାନଙ୍କୁ ଅଣଦେଖା କରି ଟିସିଏସ୍ ଭାରତୀୟ ପେସାଦାରଙ୍କୁ ଅଧିକ ଗୁରୁତ୍ୱ ଦେଉଛି ବୋଲି ଅଭିଯୋଗ କରିଥିଲେ। ତେବେ ଏହି ଅଭିଯୋଗକୁ ଜୁରୀ ଖାରଜ କରିଦେଇଛନ୍ତି। ଏହାର ପ୍ରତିକ୍ରିୟାରେ ଟିସିଏସ୍ ପକ୍ଷରୁ କୁହାଯାଇଛି ଯେ, ଦକ୍ଷତା ଭିତ୍ତିରେ କର୍ମଚାରୀଙ୍କୁ ନିଯୁକ୍ତି ଓ ଛଟେଇ କରାଯାଇଥାଏ।
ଟିସିଏସ୍ ସପକ୍ଷରେ ରାୟ
- Advertisement -

готовый комплект видеонаблюдения беспроводной комплект камер видеонаблюдения