ଓ୍ବାଶିଂଟନ : ଆମେରିକା ରେଗୁଲେଟର ଫେଡେରାଲ ଟ୍ରେଡ କମିଶନ(ଏଫ୍ଟିସି) ଡାଟା ଲିକ୍ ମାମଲାରେ ଫେସବୁକ୍ଠାରୁ ୫ ବିଲିୟନ ଡଲାର( ପ୍ରାୟ ୩୪ ହଜାର କୋଟି ଟଙ୍କା) ଜରିମାନା ଆଦାୟ କରିବାକୁ ସୁପାରିସ କରିଛନ୍ତି। କୌଣସି ଟେକ୍ କମ୍ପାନୀ ବିରୋଧରେ ଏହା ଅଦ୍ୟାବଧି ସର୍ବାଧିକ ପେନାଲ୍ଟି ଆଦାୟ ବୋଲି କୁହାଯାଉଛି। ଏଥିପୂର୍ବରୁ ୨୦୧୨ରେ ଗୁଗଲଠାରୁ ୨୨ ମିଲିୟନ ଡଲାର(୧୫୪ କୋଟି ଟଙ୍କା) ଜରିମାନା ଆଦାୟ କରାଯାଇଥିଲା। ତେବେ ଫେସ୍ବୁକ ଏହି ଜରିମାନା ଦେବା ଲାଗି ପୂର୍ବରୁ ପ୍ରସ୍ତୁତ ହୋଇ ରହିଛି। କମ୍ପାନୀ ଉପରେ ଏହାର ଅଧିକ ପ୍ରଭାବ ପଡିବ ନାହିଁ ବୋଲି କୁହାଯାଉଛି। ବ୍ୟକ୍ତିଗତ ଡାଟା ଗୋପନୀୟତା ଏବଂ ଗ୍ରାହକଙ୍କ ଡାଟାର ଅପବ୍ୟବହାର କରିବା ଯୋଗୁ ଏଫ୍ଟିସି ପକ୍ଷରୁ ଫେସ୍ବୁକ୍ ବିରୋଧରେ ଏହି ଜରିମାନା ଆଦାୟ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ମାମଲାରେ ଉଭୟ କମ୍ପାନୀ ଓ ଏଫ୍ଟିସି କୌଣସି ମନ୍ତବ୍ୟ ଦେଇନାହାନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ୩-୨ ଭୋଟରେ ଏହି ଜରିମାନାକୁ ମଞ୍ଜୁରି ପ୍ରଦାନ କରାଯାଇଛି। ବର୍ତ୍ତମାନ ଏହି ମାମଲାକୁ ଜଷ୍ଟିସ୍ ଡିପାର୍ଟମେଣ୍ଟର ସିଭିଲ ଡିଭିଜନ ନିକଟକୁ ସମୀକ୍ଷା ପାଇଁ ପଠାଯାଇଛି। ତେବେ ଏହି ପ୍ରକ୍ରିୟା ପାଇଁ କେତେଦିନ ଲାଗିବ, ବର୍ତ୍ତମାନ କହିବା ଅସମ୍ଭବ। ତେବେ ଜରିମାନା ଆଦାୟ ନିର୍ଦ୍ଦେଶକୁ ଅନୁମୋଦନ ମିଳିଯିବାର ଯଥେଷ୍ଟ ସମ୍ଭାବନା ରହିଛି। ସୂଚନାଥାଉ କି, କୌଣସି କମ୍ପାନୀ ପାଇଁ ୫ ବିଲିୟନ ଡଲାର ଜରିମାନା ପିଲାଖେଳ ନୁହେଁ। ଏହାଦ୍ୱାରା କମ୍ପାନୀ ବନ୍ଦ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ ଫେସ୍ବୁକ ଆର୍ଥିକ ଦୃଷ୍ଟିରୁ ସେତେ ଦୁର୍ବଳ ନୁହେଁ।
ଫେସବୁକ୍ ଉପରେ ଲାଗିବ ୩୪ ହଜାର କୋଟି ଜରିମାନା
Mandatory Credit: Photo by Richard Drew/AP/REX/Shutterstock (9484480d)
The logo for Facebook appears on screens at the Nasdaq MarketSite, in New York's Times Square
Financial Markets Wall Street Facebook, New York, USA - 29 Mar 2018
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Angelothini on Sports among children
- Narkolog na dom_rlKn on ପାକିସ୍ତାନରୁ ଫେରିବା ପରେ ସୁଷମାଙ୍କୁ ଭେଟିଲେ ଅନସାରୀ ।
- Narkolog na dom_vtKn on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- Angelothini on ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ପରିଚାଳନାଗତ ତ୍ରୁଟି ଯୋଗୁ ୪ ବୁଥ୍ରେ ସାନି ମତଦାନ
- Ahmedexcum on ଆଜିର ରାଶିଫଳ
