ନିଉଜିଲାଣ୍ଡ୍ : ନିଉଜିଲାଣ୍ଡ୍ର କ୍ରିଷ୍ଟ୍ଚର୍ଚ ଠାରେ ଥିବା ଗୋଟାଏ ମସ୍ଜିଦ୍ରେ ଗୁଳିମାଡ ହୋଇଛି । ତେବେ ଏହି ଗୁଳିମାଡରେ ବର୍ତମାନ ସମୟରେ ୨୫ ଜଣଙ୍କ ମୁତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଗୁଳିକାଣ୍ଡରେ ଅଳ୍ପକେ ବର୍ତି ଯାଇଛି ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ବାଂଲାଦେଶ କ୍ରିକେଟ୍ ଟିମ୍ । ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ବେଳେ ବାଂଲାଦେଶ କ୍ରିକେଟ୍ ଟିମ୍ ମସଜିଦକୁ ନମାଜ କରିବାକୁ ଯାଇଥିବା ଗୁଳିକାଣ୍ଡ ଘଟିଥିଲା । ପ୍ରଥମେ ଦୁର୍ବୁତ ଅଲ ନୁର ମସଜିଦ ଉପରକୁ ଗୁଳିମାଡ କରିଥିଲେ । ଅଟୋ ମେଟିକ୍ ଗନରୁ ଗୁଳିମାଡ ପରେ ଅନେକ ମୃତାହତ ହୋଇଥିବା ସୂଚନା ମିଳିଛି ।
ପ୍ରତ୍ୟକ୍ଷଦର୍ଶୀ କହନ୍ତି ଗୋଟାଏ ଲୋକ କଳା ପୋଷାକ ପିନ୍ଧି ମସ୍ଜିଦ୍ ଅଲ୍ ନୂର୍ ପ୍ରବେଶ କରିବାର ସେ ଦେଖିଲେ। ତା’ପରେ ସେ ଡଜନାଧିକ ଗୁଳି ଫୁଟିବାର ଶବ୍ଦ ଶୁଣିଲେ। ପରେ ପରେ ଲୋକେ ଛାନିଆରେ ମସ୍ଜିଦ୍ରୁ ଦୌଡ଼ି ଆସୁଥିବାର ଦେଖିଲେ। ଜରୁରୀକାଳୀନ ସେବା ପହଞ୍ଚିବା ପୂର୍ବରୁ ବନ୍ଧୁକଧାରୀଜଣକ ସେ ସ୍ଥାନରୁ ଖସି ଯାଇଥିଲେ। ସାହାଯ୍ୟ କରିବା ପାଇଁ ମସ୍ଜିଦ୍ ଭିତରକୁ ଧାଇଁ ଗଲେ, କିନ୍ତୁ ଚାରିଆଡ଼େ ମଲା ଲୋକ ଦେଖିଲେ। ସ୍ଥାନୀୟ ଗଣମାଧ୍ୟମ କହେ ମସ୍ଜିଦ୍ରେ ଏକାଧିକ ଲୋକ ମରିଛନ୍ତି ଏବଂ ଜଣକୁ ସ୍ଥାନାନ୍ତର କରାଯାଇଛି। ଗୁଳିକାଣ୍ଡ ଘଟିଥିବା ସ୍ଥାନ ନିକଟରେ ବାଂଲାଦେଶ କ୍ରିକେଟ୍ ଟିମ୍ ଥିଲେ। ସେମାନେ ନିରାପଦ ଥିବା କଥା ଜଣାପଡ଼ିଛି। ପୁଲିସ କମିସନର୍ ମାଇକ୍ ବୁସ୍ କହିଛନ୍ତି ଯେ ଏହି ଘଟଣା ପରେ ପରେ ସହରର ସମସ୍ତ ସ୍କୁଲ୍ ବନ୍ଦ ରଖାଯାଇଛି।

Normally I don’t read article on blogs, however I wish to
say that this write-up very compelled me to check out
and do so! Your writing taste has been amazed me. Thanks,
very great post.