ଭୁବନେଶ୍ୱର : ସରକାର ଭୁବନେଶ୍ୱର ଓ କଟକରେ ୫୦୦ ଜଣ ସରକାରୀ ଆଇଟିଆଇ ପ୍ରଶିକ୍ଷାର୍ଥୀମାନଙ୍କୁ ବାତ୍ୟା ପ୍ରଭାବିତ ଲୋକଙ୍କ ସହାୟତା ନିମନ୍ତେ ନିଷ୍ପତ୍ତି ନେଇ ପ୍ରଥମ ପର୍ଯ୍ୟାୟରେ ବିଦୁ୍ୟତ, ପାଣିମିସ୍ତ୍ରୀ, ଫିଟର ଆଦି ବୈଷୟକ ବିଦ୍ୟାରେ ପ୍ରଶିକ୍ଷଣ ନେଉଥିବା ୨୬୦ ଜଣ ଛାତ୍ରଙ୍କୁ ଭୁବନେଶ୍ୱରରେ ସ୍ୱାଭାବିକ ଅବସ୍ଥା ଫେରାଇବା ପାଇଁ ନିୟୋଜିତ କରିଛନ୍ତି । ୧୬୨ ଜଣ ପ୍ରଶିକ୍ଷାର୍ଥୀ ଭୁବନେଶ୍ୱରର ଶହୀଦନଗର, ଭିଏସ୍ଏସ୍ ନଗର, ବାଣୀବିହାର, ଚନ୍ଦ୍ରଶେଖରପୁର, କାନନବିହାର, ନୟାପଲ୍ଲୀ ଓ ବରମୁଣ୍ଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ଘରୋଇ ଉପଭୋକ୍ତାମାନଙ୍କୁ ବିଦୁ୍ୟତ ଯୋଗାଣ ସ୍ୱାଭାବିକ କରିବାରେ ସହାୟତା କରିଥିଲେ । ପ୍ରଶିକ୍ଷାର୍ଥୀମାନେ ୧୮ଟି ଦଳରେ ବିଭକ୍ତ ହୋଇଥିଲେ । ପ୍ରତି ଦଳରେ ସରକାରୀ ଆଇଟିଆଇର ଜଣେ ଜଣେ ପ୍ରଶିକ୍ଷକ ରହିଥିଲେ । ପ୍ରତି ସେକଫରରେ ଜଣେ ଜଣେ ନୋଡାଲ ଅଫିସର ସେମାନଙ୍କୁ ସହାୟତା କରିଥିଲେ । ବିଦୁ୍ୟତ ଯୋଗାଣ, ବୈଦୁ୍ୟତିକ ଓ ପାନୀୟ ଜଳଯୋଗାଣ ମରାମତି ଆବଶ୍ୟକତା ଭିତ୍ତିରେ ପ୍ରତି ଗ୍ରୁପ୍କୁ ୩-୪ଟି ସବ୍ଗ୍ରୁପ୍ରେ ବିଭକ୍ତ କରାଯାଇ ସେମାନଙ୍କ ଦ୍ୱାରା ସେବା ଯୋଗାଇ ଦିଆଯାଇଥିଲା । ଆଜି ଏହି ଛାତ୍ରମାନେ ଭୁବନେଶ୍ୱର ସହରାଞ୍ଚଳର ୫୬୧ ପରିବାରକୁ ଘରଘର ବୁଲି ବିଦୁ୍ୟତସେବା ସମେତ ଆନୁଷଙ୍ଗିକ ବୈଷୟିକ ସହାୟତା ଯୋଗାଇ ଦେଇଛନ୍ତି । ପ୍ରଶିକ୍ଷାର୍ଥୀମାନଙ୍କ ଏପରି କାର୍ଯ୍ୟ ଜନସାଧାରଣଙ୍କ ଦ୍ୱାରା ପ୍ରଶଂସିତ ହୋଇଛି । ଆସନ୍ତାକାଲି ଆଉ ୨୫୦ ଜଣ ଛାତ୍ର କଟକ ପାଇଁ ନିୟୋଜିତ ହେବେ । ଲୋକମାନଙ୍କ ଆବଶ୍ୟକତା ଓ ଗ୍ରହଣୀୟତାକୁ ଭିତ୍ତିକରି ପର୍ଯ୍ୟାୟକ୍ରମେ ଏହି ଆଇଟିଆଇ ଛାତ୍ରମାନଙ୍କୁ ଅଧିକ ସଂଖ୍ୟାରେ ନିୟୋଜିତ କରାଯିବ । ସେହିପରି ୩୦୦ ଜଣ ଛାତ୍ର ଏହି ସେବା ଯୋଗାଇବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ପୂର୍ବରୁ କେରଳ ବନ୍ୟା ଓ ଓଡ଼ିଶାରେ ତିତିଲି ବାତ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟରେ ଆଇଟିଆଇ ଛାତ୍ରମାନଙ୍କ ସେବାକାର୍ଯ୍ୟ ଉଚ୍ଚପ୍ରଶଂସିତ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଏପରି ପଦକ୍ଷେପ ନିଆଯାଇଛି ।
ସରକାରୀ ଆଇଟିଆଇ ଛାତ୍ରମାନେ ଫନୀ ବାତ୍ୟା ପ୍ରଭାବିତ ଲୋକଙ୍କୁ ସହାୟତାର ହାତ ବଢ଼ାଇଲେ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- plinko_qpKi on ରବିଶଙ୍କର ପାଇବେ ୨୯ତମ ‘ଜୟଦେବ ପୁରସ୍କାର’
- Hankret on ପ୍ରସ୍ତୁତ କରନ୍ତୁ ସୁଗାର ଫ୍ରି ମାଣ୍ଡିଆ ଓଟସ ଲଡୁ ।
- Nicholasdom on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
- mostbet_qxsa on କୋଭିଡ୍-୧୯: ଦିଲ୍ଲୀରୁ ଶ୍ରମଜୀବୀମାନଙ୍କ ଅପସାରଣ ତ୍ୱରାନ୍ୱିତ କଲେ ଉତ୍ତରପ୍ରଦେଶ ସରକାର
- VernonOraro on ପ୍ରକାଶ ପାଇଲା ରାଜ୍ୟ ସଭା ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ
