ମହାବାତ୍ୟାକୁ ୨୦ ବର୍ଷ : ଧ୍ୱଂସ ଲୀଳା ଆଜି ବି ଅଲିଭା ଦାଗ

Odisha Hot News
2 Min Read

ଭୁବନେଶ୍ୱର : ପ୍ରକୃତିର କରାଳ ତଥା ଭୟାନକ ରୂପ ଦେଖିବାକୁ ମିଳିଥିଲା ୧୯୯୯ ମହାବାତ୍ୟାରେ। ଆଖି ଆଗରେ ଦୋହଲିଗଲା ସବୁକିଛି । ଭାଙ୍ଗିଗଲା ଘର, ଉପୁଡ଼ିଗଲା ଗଛ। କ୍ଷୟକ୍ଷତିର ଏକ ଭୟାନକ ଦୃଶ୍ୟ ଦେଖିଲେ ଓଡ଼ିଶାବାସୀ ।

୧୯୯୯ ମହାବାତ୍ୟା ବିଶେଷକରି ଉପକୂଳ ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ଜିଲାରେ ରଚିଥିଲା ତାଣ୍ଡବଲୀଳା। ପ୍ରକୃତି ଯେ କେତେ କରାଳ ରୂପ ଧାରଣ କରିପାରେ ତାହା ସେହିଦିନ ହିଁ ଦେଖିବାକୁ ମିଳିଥିଲା। ମାତ୍ର କେତେ ସମୟ ମଧ୍ୟରେ ଝଡ଼ର ତାଣ୍ଡବ, ଘଣ୍ଟା ପ୍ରତି ୩୫୦ କିମି ବେଗର ପବନ, ସମୁଦ୍ର ଜୁଆର ଓ ବର୍ଷାର ଏକ ମିଳିତ ସଂହାରଲୀଳା ଥରାଇ ଦେଲା ସମଗ୍ର ଉପକୂଳ ଓଡ଼ିଶାକୁ। କେବଳ ଏରସମା ବ୍ଲକରେ ହିଁ ଲିଭିଗଲା ୧୦,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଦୀପ। ଘରଦ୍ୱାର ଛାଡ଼, ଗଁା ଗଣ୍ଡା ମଧ୍ୟ ନିଶ୍ଚିହ୍ନ ହୋଇଗଲା। ଜୀବନ ବଞ୍ଚାଇବାର ବିକଳ ସଂଗ୍ରାମ ଭିତରେ ମା’ ଭୁଲିଯାଇଥିଲା ପିଲାଙ୍କୁ, ସ୍ବାମୀ ଭୁଲିଯାଇଥିଲା ସ୍ତ୍ରୀକୁ। ପାଣି ଛାଡ଼ିବାବେଳକୁ ଚାରିଆଡେ ପଡ଼ିଥିଲା ଖାଲି ପଶୁ, ପକ୍ଷୀ ଓ ମଣିଷଙ୍କ ମୃତଦେହ। ସୁନ୍ଧର ସବୁଜିମା ଏକ ପ୍ରକାର ଧ୍ୱଂସସ୍ତୁପରେ ପରିଣତ ହୋଇଥିଲା। ବିଶାଳ ବୃକ୍ଷରାଜି ସବୁ ମାଟିରେ ଲୋଟିପଡ଼ିଥିଲା।କିଛି ଦିନ ଧରି ସବୁଆଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ବିଦ୍ୟୁତ୍ ସରବରାହ ଏକ ପ୍ରକାର ଠପ୍ ହୋଇପଡ଼ିଥିଲା।

କୁହାଯାଉଥିଲା, ନଅଙ୍କ ଦୁର୍ଭିକ୍ଷ ପରେ ଓଡ଼ିଶା ଦେଖିଥିଲା ସବୁଠାରୁ ବଡ଼ ବିପର୍ଯ୍ୟୟ। ଏହି ମଧ୍ୟରେ ୨୦ ବର୍ଷ ବିତିଛି। ମହାବାତ୍ୟା ପରେ ଫାଇଲିନ୍, ହୁଡହୁଡ, ତିତଲି ଓ ଫୋନି ଭଳି ବାତ୍ୟାକୁ ସହିଛି ଓଡ଼ିଶା। ହେଲେ ମହାବାତ୍ୟାର ଅଭିଜ୍ଞତା ରାଜ୍ୟବାସୀଙ୍କୁ ସତର୍କ ଓ ସଂଘର୍ଷ ଶିଖାଇ ଦେଇଛି।

ଇତିମଧ୍ୟରେ ବିତିଯାଇଛି ୨୦ ବର୍ଷ। ମହାବାତ୍ୟା ପରେ ଫାଇଲିନ୍, ହୁଡହୁଡ, ତିତଲି ଓ ଫୋନି ଭଳି ବାତ୍ୟାକୁ ସହିଛି ଓଡ଼ିଶା। ହେଲେ ମହାବାତ୍ୟାର ଅଭିଜ୍ଞତା ରାଜ୍ୟବାସୀଙ୍କୁ ସତର୍କ ଓ ସଂଘର୍ଷ ଶିଖାଇ ଦେଇଛି। ଏରସମାବାସୀଙ୍କ ହୃଦୟରେ ଅଲିଭା ଦାଗ ହୋଇ ରହିଯାଇଛି। ମହାବାତ୍ୟାର ଏହି ଅଭୁଲା ସ୍ମୃତି ୨୦ ବର୍ଷ ପରେ ବି  ତାଜା ହୋଇ ରହିଛି।   ମହାବାତ୍ୟାରେ ବହୁ ଲୋକଙ୍କ ଜୀବନ ଯିବା ସହ କେତେ ଲୋକଙ୍କ ସ୍ୱପ୍ନର ଘର ଉଜୁଡି ଯାଇଥିଲା। ମହାବାତ୍ୟାର ସେହି ଧ୍ୱସଂଲୀଳା ଆଜି ମଧ୍ୟ ଏରସମା ବ୍ଲକବାସିନ୍ଦାଙ୍କ ହୃଦୟରେ ଅଲିଭା ଦାଗ ହୋଇ ରହିଯାଇଛି।

Share This Article
29 Comments