କମ୍ପାନୀମାନେ ନିଜର ବ୍ୟବସାୟ ବୃଦ୍ଧି କରିବାକୁ ଯାଇ ସାରା ଦେଶରେ ପେଟ୍ରୋଲ ପମ୍ପ ଜାଲକୁ ଆହୁରି ବିସ୍ତାର କରିବାକୁ ଯାଉଛନ୍ତି। ଦେଶରେ ୬୫ ହଜାର ନୂଆ ପେଟ୍ରୋଲ ପମ୍ପ ସ୍ଥାପନ ପାଇଁ ତୈଳ ବିପଣନ କମ୍ପାନୀମାନେ ଇତିମଧ୍ୟରେ ବିଜ୍ଞାପନ ମାଧ୍ୟମରେ ଆବେଦନ ଆହ୍ବାନ କରିଛନ୍ତି। ତେବେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡିକରେ ବିଜ୍ଞାପନ ପ୍ରକାଶ କରାଯାଇନି। ଫଳରେ ଏ କ୍ଷେତ୍ରରେ ପମ୍ପ ଡିଲରମାନଙ୍କ ମଧ୍ୟରେ ପ୍ରତିଯୋଗିତା ବଢ଼ିବାକୁ ଯାଉଛି। ପୁରୁଣା ପେଟ୍ରୋଲ ପମ୍ପ ମାଲିକଙ୍କୁ ନୂଆମାନେ ଟକ୍କର ଦେବାକୁ ଯାଉଥିବାରୁ ପରୋକ୍ଷରେ ଖାଉଟି ଲାଭାନ୍ବିତ ହେବେ ବୋଲି ତୈଳ ମନ୍ତ୍ରଣାଳୟ ଯୁକ୍ତି ବାଢ଼ିଛି।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ତୈଳ କମ୍ପାନୀମାନଙ୍କ ଉକ୍ତ ପଦକ୍ଷେପ ଯୋଗୁ ସେମାନଙ୍କ ରିଟେଲ ନେଟ୍ଓ୍ବର୍କ ଦ୍ୱିଗୁଣା ହୋଇଯିବ। ତେବେ ବିଗତ ଅଭିଜ୍ଞତାରୁ ଏହା ସ୍ପଷ୍ଟ ହୋଇଛି ଯେ, ସମସ୍ତ ୬୫ ହଜାର ସ୍ଥାନରେ ପେଟ୍ରୋଲ ପମ୍ପ ଖୋଲିବା ନେଇ ସନ୍ଦେହ ରହିଛି। କାରଣ ଡିଲରଶିପ୍ ଦେବା ବେଳେ ବହୁ ପ୍ରସଙ୍ଗ ବାଧକ ସାଜେ। କେଉଁଠି ଜମି ଅଧିଗ୍ରହଣ ସମସ୍ୟା ତ କେଉଁଠି ଅନ୍ୟ କୌଣସି ବିବାଦ ମୁଣ୍ଡ ଟେକୁଛି। ତୈଳ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ କହିବାନୁଯାୟୀ ୬୫ ହଜାରରୁ ପ୍ରାୟ ୧୫ରୁ ୨୦ ହଜାର ପମ୍ପ ସ୍ଥାପନ ବାସ୍ତବ ରୂପ ନେଇପାରେ। ସରକାରୀ ତଥ୍ୟ ଅନୁଯାୟୀ ଦେଶରେ ବର୍ତ୍ତମାନ ୬୨,୫୮୫ ପେଟ୍ରୋଲ ପମ୍ପ ରହିଛି। ଏମାନଙ୍କ ମଧ୍ୟରୁ ୬ ହଜାର ଘରୋଇ କମ୍ପାନୀ ଦ୍ୱାରା ପରିଚାଳିତ। ଅନ୍ୟପକ୍ଷରେ ଦେଶରେ ତେଲ ଚାହିଦା ୨୦୧୭-୧୮ରେ ମାତ୍ର ୫ % ବୃଦ୍ଧି ପାଇ ୨୦.୫ କୋଟି ଟନରେ ପହଞ୍ଚତ୍ଛି।
ଅପରପକ୍ଷରେ ବର୍ତ୍ତମାନର ଡିଲରମାନେ ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରୁଛନ୍ତି। ଅଲ୍ ଇଣ୍ଡିଆ ପେଟ୍ରୋଲିୟମ ଡିଲର୍ସ ଆସୋସିଏଶନ ପ୍ରେସିଡେଣ୍ଟ ଅଜୟ ବଂଶଲ କହିଛନ୍ତି ଯେ, ପୂର୍ବେ ପ୍ରତି ପେଟ୍ରୋଲ ପମ୍ପରେ ଦୈନିକ ୧୭୦ କିଲୋ ଲିଟର ତେଲ ବିକ୍ରି ହେଉଥିଲା, ଯାହା ଆଜି ୧୪୦ କିଲୋ ଲିଟରକୁ ଖସି ଆସିଛି। ଅନ୍ୟପକ୍ଷରେ ପମ୍ପ ଚଳାଇବା ଖର୍ଚ୍ଚ ବଢ଼ୁଥିବା ବେଳେ ଲାଭ କମିବାରେ ଲାଗିଛି। ଏହାଛଡା ସରକାର ତେଲର ବିକଳ୍ପ(ଇଲେକ୍ଟ୍ରିକ ଗାଡ଼ି)କୁ ଗୁରୁତ୍ୱ ଦେଉଥିବା ବେଳେ ନୂଆ ପେଟ୍ରୋଲ ପମ୍ପ ଖୋଲିବାର ପ୍ରାସଙ୍ଗିକତା ବୁଝାପଡୁନି। ଅନ୍ୟପକ୍ଷରେ ପ୍ରତିଯୋଗିତା ବଢ଼ାଇବା ତଥା ଦେଶର ପ୍ରତ୍ୟେକ କୋଣଅନୁକୋଣରେ ବାସ କରୁଥିବା ଗ୍ରାହକଙ୍କୁ ହାତପାହାନ୍ତାରେ ତେଲ ପହଞ୍ଚାଇବା ଲକ୍ଷ୍ୟ ନେଇ ତୈଳ କମ୍ପାନୀମାନେ ପେଟ୍ରୋଲ ପମ୍ପ ସଂଖ୍ୟା ବୃଦ୍ଧିି କରିବାକୁ ଉଦ୍ୟମ କରୁଥିଲେ। ତେବେ ଗତ ୪ ବର୍ଷ ହେଲା ସରକାର ତାହା କରାଇ ଦେଉ ନ ଥିଲେ। ଏଥିଲାଗି ନୂଆ ଗାଇଡଲାଇନ ପ୍ରସ୍ତୁତ କରିବାକୁ ସରକାର ଚାହୁଁଥିଲେ। ସଂରକ୍ଷଣ ମାନଦଣ୍ଡ ଅନୁଯାୟୀ ଗାଇଡଲାଇନ ପ୍ରସ୍ତୁତ ହେବା ପରେ ନୂଆ ପେଟ୍ରୋଲ ପମ୍ପ ଖୋଲିବା ଲାଗି ସରକାର ଅନୁମତି ଦେଇଛନ୍ତି। ଏଥିରେ ଡିଲରଶିପ୍ ସର୍ତ୍ତକୁ କୋହଳ କରାଯାଇ ଆବେଦନକାରୀଙ୍କ ନିକଟରେ ଏକ ନିଶ୍ଚିତ ପାଣ୍ଠି ରଖିବା ନେଇ ଥିବା ନିୟମକୁ ପ୍ରତ୍ୟାହାର କରିନିଆଯାଇଛି। ଏହାଛଡା ଜମି ସଂକ୍ରାନ୍ତ ନିୟମକୁ ସରକାର ଆହୁରି ନମନୀୟ କରିଛନ୍ତି। ନୂଆ ଗାଇଡଲାଇନ ଅନୁଯାୟୀ ନିଜ ଜମି ନ ଥିଲେ ଏବଂ ଜମି ମାଲିକଙ୍କ ସହ ଚୁକ୍ତିବଦ୍ଧ ହେବା କ୍ଷେତ୍ରରେ ମଧ୍ୟ ଆବେଦନ କରାଯାଇପାରିବ। ସୂଚନାଥାଉ କି, ପୂର୍ବରୁ ନିୟମ ଥିଲା ଯେ, ବ୍ୟାଙ୍କରେ ଅତିକମ୍ରେ ୨୫ ଲକ୍ଷ ଟଙ୍କା ଅଥବା ସମପରିମାଣର ଅନ୍ୟ ସମ୍ପତ୍ତି ଦାଖଲ କରିବା ପରେ ହିଁ ଜଣେ ଆବେଦନ ପାଇଁ ଯୋଗ୍ୟ ବିବେଚିତ ହେଉଥିଲେ। ଗ୍ରାମାଞ୍ଚଳ ପାଇଁ ଏହି ସୀମା ୧୨ ଲକ୍ଷ ଟଙ୍କା ଥିଲା। ତେବେ ନୂଆ ଗାଇଡଲାଇନ ଅନୁଯାୟୀ ଆବେଦନକାରୀଙ୍କ ଭିତରୁ ବିଜେତାଙ୍କୁ ଅନଲାଇନ ଡ୍ରରେ ବଛାଯିବ। ଏହାପରେ ବିଜେତାଙ୍କୁ ୧୦ ପ୍ରତିଶତ ସିକ୍ୟୁରିଟି ଅର୍ଥ ବ୍ୟାଙ୍କରେ ଜମା କରିବାକୁ ପଡିବ। ଏହା ପରେ ହିଁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ପୂର୍ବର ବ୍ୟବସ୍ଥା ଅନୁଯାୟୀ ସମସ୍ତ ଆବେଦନକାରୀଙ୍କ ଆଗୁଆ ଯାଞ୍ଚ ହେଉଥିଲା ଏବଂ ଯାଞ୍ଚ ପରେ ହିଁ ସେମାନଙ୍କୁ ଡ୍ରରେ ସାମିଲ କରାଯାଉଥିଲା। ନୂଆ ବ୍ୟବସ୍ଥାରେ ଡିଲରଶିପ୍ ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନଲାଇନରେ କରାଯିବ।

ip камер pro http://ip-kamery-kaliningrad.ru
Экскурсовод организует частную поездку экскурсии по Калининграду индивидуально с осмотром достопримечательностей и профессиональным сопровождением.
шкаф по моим размерам шкафы на заказ
смотреть бесплатно сериалы сверхъестественное смотреть онлайн качество
адрес стоматологии стоматология платные услуги
провести свадьбу москва полная организация свадьбы
Everything for Minecraft https://topminecraftworldseeds.com in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.
Everything for Minecraft topminecraftworldseeds com in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.
Читать расширенную версию: https://perfumerio.ru/s/lancome-climat-parfum-extrait/
Закажите G202 https://mismar74.ru/G202.html онлайн. Актуальные цены, наличие на складе, технические характеристики, выгодные условия покупки и быстрая доставка по всей России.
Пройдите комплексное лечение https://medprime-clinic.ru и диагностику в медицинском центре. Полный спектр обследований, консультации профильных специалистов, современные методы лечения, контроль состояния здоровья и индивидуальный подход на всех этапах медицинской помощи.