ନୂଆଦିଲ୍ଲୀ – ଦେଶରେ କ୍ରୀଡ଼ା ବିଭାଗର ସବୁଠୁ ବଡ଼ ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ଦୌଡ଼ରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ବିଶ୍ୱ ଚାମ୍ପିୟନ ଭାରୋତ୍ତୋଳନକାରୀ ମୀରବାଇ ଚାନୁ। ୨୯ ବର୍ଷୀୟ କୋହଲିଙ୍କ ନାମ ୨ୟ ଥର ଲାଗି ଏହି ପୁରସ୍କାର ପାଇଁ ସୁପାରିସ କରାଯାଇଛି। ଏଥିପୂର୍ବରୁ ୨୦୧୬ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବ୍ରୋର୍ଡ (ବିସିସିଆଇ) ପକ୍ଷରୁ ତାଙ୍କ ନାମ ସୁପାରିସ କରାଯାଇଥିଲା। ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍ ଶୀର୍ଷରେ ଥିବା କୋହଲି ଏବେ ଚମତ୍କାର ଫର୍ମରେ ଅଛନ୍ତି। ଯଦି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଦନ ସିଂ ରାଠୋର ବିସିସିଆଇର ସୁପାରିସକୁ ମଞ୍ଜୁରୀ ଦିଅନ୍ତି, ତେବେ କୋହଲି ୩ୟ କ୍ରିକେଟର ଭାବେ ଖେଳରତ୍ନ ସମ୍ମାନର ଅଧିକାରୀ ହେବେ। ଏଥିପୂର୍ବରୁ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର (୧୯୯୭) ଓ ଦୁଇ ତର ବିଶ୍ୱକପ୍ ଚାମ୍ପିୟନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ (୨୦୦୭) ଏହି ସମ୍ମାନ ପାଇଛନ୍ତି। ଅନ୍ୟପକ୍ଷରେ ଚାନୁ ଗତ ବର୍ଷ ୪୮ କିଗ୍ରା ବର୍ଗରେ ବିଶ୍ୱ ଚାମ୍ପିୟନଶିପ୍ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଚଳିତ ବର୍ଷ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସମାନ ସଫଳତା ପାଇଥିଲେ। କିନ୍ତୁ ଆହତ ସମସ୍ୟା କାରଣରୁ ଏସିଆନ ଗେମ୍ସରେ ଅଂଶଗ୍ରହଣ କରିପାରି ନ ଥିଲେ। ମିଳିଥିବା ସୂଚନା ଅନୁଯାୟୀ ପୁରୁଷ ସିଙ୍ଗଲ୍ସ ଶଟଲର କିଡାମ୍ବି ଶ୍ରୀକାନ୍ତଙ୍କ ନାମ ମଧ୍ୟରେ ତାଲିକାରେ ସାମିଲ କରାଯାଇଛି।
ଖେଳରତ୍ନ ଦୌଡ଼ରେ କୋହଲି, ଚାନୁ
Leave a Comment
Leave a Comment
- Advertisement -
Stay Connected
Comment
- EdwardCusly on ପ୍ରକାଶ ପାଇଲା ରାଜ୍ୟ ସଭା ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ
- Xavierwam on ରାମ ମନ୍ଦିର ମାମଲା : ଅଯୋଧ୍ୟ୍ୟାରେ ଉଦ୍ଧବ ଠାକରେ
- ClarenceBug on ପାଗଳ କରିଛି ଧନୀ ହେବା ନିଶା; ବିଶାକ୍ତ ସାପ ପଛରେ ଧାଇଁଛନ୍ତି ଶହ ଶହ ଯୁବକ !
- Erickgaure on Architecture beach blue chairs
- JamesMot on ସ୍ବାଧୀନତା ଦିବସକୁ ନକ୍ସଲଙ୍କ ବିରୋଧ
