କଟକ : ହିନ୍ଦୁସେନା ଓ କଟକ ସଦର ସୁରକ୍ଷା କମିଟି ପକ୍ଷରୁ ଆସନ୍ତା ୧୮ରେ କଟକ ବନ୍ଦ ଡାକରା ଦିଆଯାଇଛି। ଏ ନେଇ ରବିବାର ଜିଲା ରେଡ୍କ୍ରସ ଭବନଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। କଟକ ସହରକୁ ଶ୍ରୀହୀନ କରିବା ନିମନ୍ତେ ଚକ୍ରାନ୍ତ କରାଯାଉଛି। ମୁଖ୍ୟତଃ ସହରରୁ ବହୁ କାର୍ଯ୍ୟାଳୟ ସ୍ଥାନାନ୍ତର ନ କରିବା, ଟ୍ରାଫିକ ନିୟମ କୋହଳ ସମୟକୁ ୬ ମାସ କରିବା, ଉଠା ବ୍ୟବସାୟୀଙ୍କୁ ଥଇଥାନ କରିବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ୧୯୯୦ରୁ କଟକ ସହରରୁ ବହୁ ସରକାରୀ କାର୍ଯ୍ୟାଳୟ ଉଠାଇ ନିଆଯାଇଛି। ଏହାବାଦ୍ ମଧ୍ୟ ସରକାର ସହରରେ ଥିବା ବଳକା କାର୍ଯ୍ୟାଳୟ ଉଠାଇଦେବା ନିମନ୍ତେ ଚକ୍ରାନ୍ତ ଚଲାଇଛନ୍ତି। ଯାହାକି ଆଗାମୀ ଦିନରେ କଟକ ଶ୍ରୀହୀନ ହୋଇଯିବ। କଟକ ସହରର ରାସ୍ତାପାର୍ଶ୍ୱରେ ବହୁ ସଂଖ୍ୟାରେ ଛୋଟ ବ୍ୟବସାୟୀ ବ୍ୟବସାୟ କରି ପରିବାର ଭରଣପୋଷଣ କରନ୍ତି। କିନ୍ତୁ ଟ୍ରାଫିକ ନିୟମ କଟକଣା ଯୋଗୁ ସେମାନଙ୍କ ବ୍ୟବସାୟ ବନ୍ଦ ହେବାକୁ ବସିଲାଣି। ସେମାନଙ୍କୁ ଥଇଥାନ କରିବା ବଦଳରେ ଉଚ୍ଛେଦ କରାଯାଉଛି। ଦଶହରା ପୂର୍ବରୁ ସହରର ରାସ୍ତାଘାଟ, ନାଳନର୍ଦ୍ଦମା ମରାମତି ପାଇଁ ଦାବି କରାଯାଇଛି। ଏହି ସମସ୍ତ ଦାବି ନେଇ ଆସନ୍ତା ୧୮ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ ସଫଳ କରିବା ପାଇଁ ସହରର ବିଭିନ୍ନ ସଙ୍ଗଠନ ସହଯୋଗ କରିବାକୁ ଆଗେଇ ଆସିଛନ୍ତି। ଓଡ଼ିଶା ପୂଜ୍ୟପୂଜା ପରିଷଦ ପଛୁଆବର୍ଗ ମହାସଂଘ, ଓଡ଼ିଶା ଯୁବ ଛାତ୍ର ସଙ୍ଗଠନ, କଟକ ଜିଲା ହରିଜନ ଯୁବକ ସଂଘ, ଓଡ଼ିଶା ବରିଷ୍ଠ ନାଗରିକ ସାମ୍ମୁଖ୍ୟ, ଆମେ ଓଡ଼ିଆ ଏବଂ ଆଞ୍ଚଳିକ ବିକାଶ ପରିଷଦ ସଙ୍ଗଠନ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅଭିଷେକ ଜେନା, ଦେବାଶିଷ ରାଉତ, ସଞ୍ଜିତ ସାମଲ, ଆଶିଷ ମହାପାତ୍ର, ଅରୁଣ ରାଜ, ସୁଜିତ ଦାସ, ସୁବାସ ନାୟକ, ନଳିନୀ ରାୟ, ମନୋଜ ରାଉତ ପ୍ରମୁଖ ଯୋଗ ଦେଇଥିଲେ।
୧୮ରେ କଟକ ୧୨ ଘଣ୍ଟିଆ ବନ୍ଦ
- Advertisement -
Stay Connected
Comment
- 1win_tgsi on ବାଙ୍କୀରେ ଡବଲ୍ ମର୍ଡର : ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା
- mostbet_zfSl on ତେଲେଙ୍ଗାନା ଏନ୍କାଉଣ୍ଟର: ପୁଣିଥରେ ବ୍ୟବଚ୍ଛେଦ ହେବ ଅପରାଧୀଙ୍କ ସଂରକ୍ଷିତ ମୃତଦେହ
- melbet_pxkt on ବିଧାନସଭା ପରେ ରାଜମହଲ,ବାପୁଜୀନଗର ଏବଂ ଜନପଥ ଅଞ୍ଚଳରେ ଚାଲିଛି ସାନିଟାଇଜେସନ
- iq check online_kfen on କୋଇଲା ଖଣିରେ ଅଭାବନୀୟ ଘଟଣା
- Clintonbug on ଆଜିର ରାଶିଫଳ

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Vavada casino oferuje polskim graczom rozbudowany wybór gier od pragmatic play i evolution gaming, atrakcyjne bonusy powitalne oraz profesjonalną obsługę klienta w języku polskim.