ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଦର୍ଶକ ମାନେ ଆଉ ଏକ ସଂଘର୍ଷପୂର୍ଣ୍ଣ ହକି ମ୍ୟାଚ୍ ର ମଜା ନେଇଛନ୍ତି। ପୂରା ମ୍ୟାଚ୍ ରେ ପାକିସ୍ତାନର ଦବଦବା ଦେଖିବାକୁ ମିଳିଥିବା ବେଳେ ଶେଷ ୫ ମିନିଟ୍ ରେ ମ୍ୟାଲେସିୟା ସବୁକିଛି ଓଲଟପାଲଟ କରି ଦେଇଥିଲା । ମ୍ୟାଚ୍ ର ୫୫ ମିନିଟ୍ ପର୍ଯ୍ୟନ୍ତ ପାକିସ୍ତାନ ୧-୦ରେ ଆଗୁଆ ରହିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ମ୍ୟାଲେସିୟା ଗୋଲ୍ ସ୍କୋର କରି ମ୍ୟାଚ୍ ଟିିକୁ ଡ୍ର ରଖିବାରେ ସକ୍ଷମ ହୋଇଥିଲା। ପ୍ରଥମ ମ୍ୟାଚ୍ ରେ ପରାସ୍ତ ହୋଇଥିବା ପାକିସ୍ତାନ ଏକ ନିଶ୍ଚିତ ବିଜୟକୁ ହାତଛଡ଼ା କରି କ୍ରସ ଓଭର୍ ମ୍ୟାଚ୍ ଖେଳିବାର ଆଶଙ୍କା ଭିତରୁ ଠେଲି ହୋଇଯାଇଛି। ଅନ୍ୟପକ୍ଷରେ ମ୍ୟାଲେସିୟା ମଧ୍ୟ ପ୍ରଥମ ମ୍ୟାଚ୍ ହାରିଥିଲା। କିନ୍ତୁ ପାକିସ୍ତାନ ଭଳି ୩ଥର ବିଶ୍ୱ ବିଜେତା ସହ ମ୍ୟାଚ୍ ଡ୍ର କରି ଦଳ ନିଜର ମନୋବଳ ବୃଦ୍ଧି କରିପାରିଛି। ମ୍ୟାଚ୍ ର ପ୍ରଥମ ୩ଟି ଯାକ କ୍ୱାର୍ଟର ଗୋଲ ଶୂନ୍ୟ ରହିଥିଲା। ମ୍ୟାଚ୍ ର ୩୯ ତମ ମିନିଟ୍ ରେ ମ୍ୟାଲେସିୟାକୁ ଗୋଲ କରିବାର ସୁଯୋଗ ମିଳିଥିଲେ ହେଁ ଦଳ ଏହାକୁ ହାତଛଡ଼ା କରିଥିଲା। ୪ର୍ଥ କ୍ୱାର୍ଟର ଆରମ୍ଭରୁ ପାକିସ୍ତାନ ରଣନୀତି ପରିବର୍ତ୍ତନ କରିବା ସହ ଘନଘନ ଆକ୍ରମଣ କରିଥିଲା। ଶେଷରେ ମ୍ୟାଚ୍ର ୫୧ ମିନିଟ୍ ରେ ପାକିସ୍ତାନ ପକ୍ଷରୁ ମହମ୍ମଦ ଅତିକ୍ ଗୋଲ ସ୍କୋର କରି ଦଳକୁ ୧-୦ରେ ଆଗୁଆ କରିଦେଇଥିଲେ। ୫୪ ମିନିଟ୍ ରେ ମ୍ୟାଲେସିୟାକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। କିନ୍ତୁ ପାକିସ୍ତାନ ଭିଡିଓ ରେଫରାଲ୍ ମାଗିଥିଲା। ଫଳରେ ମ୍ୟାଲେସିୟାର ପେନାଲ୍ଟି କର୍ଣ୍ଣର କାଟ୍ ଖାଇଯାଇଥିଲା।
ହକି ବିଶ୍ୱକପ୍: ମ୍ୟାଲେସିୟା ପାକିସ୍ତାନ ମ୍ୟାଚ୍ ଡ୍ର!
Leave a Comment
Leave a Comment
- Advertisement -
Stay Connected
Comment
- Brycekeype on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- Leroynurgy on କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା : ଦିଲ୍ଲୀ ଗଲା ପିଇସିରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
- 1win_pxon on ୨୨ ମାର୍ଚ୍ଚ ୨୦୨୦ – ଜନତା କର୍ଫ୍ୟୁର ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଅର୍ଥ
- JermaineheM on ଆଜିର ରାଶିଫଳ
- DavidGag on ଶ୍ରୀମନ୍ଦୀର ପ୍ରଶାସନ ପକ୍ଷରୁ ୯ସେବାୟତଙ୍କୁ ନୋଟିସ୍ ଜାରି !
