ନୂଆଦିଲ୍ଲୀ,- ଡିଭିଜ ଶରନ ସୋମବାର ଦେଶର ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ଡବଲ୍ସ ଖେଳାଳି ହୋଇପାରିଛନ୍ତି। ସେ ଭେଟେରାନ ରୋହନ ବୋପାନାଙ୍କୁ ଅତିକ୍ରମ କରି ୩୮ତମ ମାନ୍ୟତା ପାଇଛନ୍ତି। ଚଳିତ ସିଜନରେ ବାମହାତୀ ଶରନ ଓ ତାଙ୍କ ପାଟନର ଆର୍ତେମ ସିତାକ ଭଲ ପ୍ରଦର୍ଶନ କରିଛନ୍ତି। ଏଥିଯୋଗୁ ପୂର୍ବ ଅପେକ୍ଷା ତାଙ୍କ ର଼୍ୟାଙ୍କିଙ୍ଗ୍ରେ ଅହେତୁକ ଉନ୍ନତି ଆସିଛି। ଅନ୍ୟପକ୍ଷରେ ବୋପାନା ୯ ସୋପାନ ତଳକୁ ଖସି ୩୯ତମ ସ୍ଥାନରେ ପହଞ୍ଚତ୍ଛନ୍ତି। ସେହିଭଳି କିମ୍ବଦନ୍ତୀ ଲିଆଣ୍ଡର ପେସ ୬୦ତମ ମାନ୍ୟତାରେ ଅଛନ୍ତି। ”ଦେଶରେ ଶୀର୍ଷ ର଼୍ୟାଙ୍କଧାରୀ ଡବଲ୍ସ ଖେଳାଳି ହୋଇପାରି ଥିବାରୁ ମୁଁ ଅତ୍ୟନ୍ତ ଖୁସି। କାରଣ ଏହା ସହଜ ନୁହେଁ। ଗତ ଦୁଇ ଦଶନ୍ଧି ହେଲା ମହେଶ ଭୂପତି, ଲିଆଣ୍ଡର ପେସ ଓ ରୋହନ ବୋପାନା ଏହି ସ୍ଥାନକୁ ପ୍ରାୟତଃ ଅକ୍ତିଆରରେ ରଖିଥାନ୍ତି। କିନ୍ତୁ ସେମାନେ ଏବେ ଆଉ ପୂର୍ବ ଭଳି ସକ୍ରିୟ ନାହାନ୍ତି। ଯାହାଫଳରେ ଆମ ପାଇଁ ବାଟ ଖୋଲିଯାଇଛି“ ବୋଲି ଶରନ କହିଛନ୍ତି। ଚଳିତବର୍ଷ ଶରନ କେବଳ ଗୋଟିଏ ଚ୍ୟାଲେଞ୍ଜର ଟ୍ରଫି ଜିତିଛନ୍ତି। କିନ୍ତୁ ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲ ଏବଂ ବିଭିନ୍ନ ଏଟିପି ୨୫୦ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିପାରିଥିଲେ।
ଶରନ ଦେଶର ଶୀର୍ଷ ର଼୍ୟାଙ୍କଧାରୀ ଡବଲ୍ସ ଖେଳାଳି
Leave a Comment
Leave a Comment
- Advertisement -
Stay Connected
Comment
- 1win_yaMa on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
- ShawnNut on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- ArnoldBlano on ଆଜିଠାରୁ ଆରମ୍ଭ ହେବ ‘ମୋ ସରକାର’ ଯୋଜନା
- Reggiekak on ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: କ୍ୱାରାଣ୍ଟାଇନ୍ ନିୟମ ଉଲ୍ଲଂଘନ କଲେ ଗିରଫ
- Landonbom on ଡସେମ୍ବର ୧୮ରେ ବିକ୍ରି ହେବେ କ୍ରକେଟ୍ ଖେଳାଳି !
