ଖଣ୍ଡା ଚୋଟରେ ଯୁବକ ଗୁରୁତର

Odisha Hot News
0 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ ବଜାର ଥାନା ଅନ୍ତର୍ଗତ ଆସ୍କା ରୋଡ଼ ଶାଗୁଣା ସାହି ଛକ ନିକଟରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିବା ଜଣା ପଡିଛି। ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ଭୋର୍ ସକାଳ ସମୟରେ ମିଲନ କୁମାର ବେହେରା ନାମକ ଜଣେ ଯୁବକ ସାହି ଛକରେ ଛିଡ଼ା ହୋଇଥିବା ବେଳେ ଦୁଇଜଣ ଯୁବକ ଆତର୍କିତ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଘଟଣା ସ୍ଥଳରୁ ଚମ୍ପଟ୍ ମାରିଥିଲେ। ଘଟଣାସ୍ଥଳରେ ପହଞ୍ଚି ବଡ଼ବଜାର ଥାନା ପୋଲିସ୍ ତନାଘନା ଆରମ୍ଭ କରିଛି।

Share This Article