ପୁରୀ : ପୁରୀ ସହରକୁ ଭିକାରିମୁକ୍ତ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ସକ୍ଷମ ଯୋଜନା ଆରମ୍ଭ ହୋଇଛି। ମଙ୍ଗଳବାର ପ୍ରଥମ ଡ୍ରାଇଭ୍ରେ ସିଂହଦ୍ୱାର ସମ୍ମୁଖରେ ବସିଥିବା ଭିକାରିମାନଙ୍କୁ କାଉନ୍ସେଲିଂ କରାଯାଇଛି। କାଉନ୍ସେଲିଂ ପରେ ଏମାନଙ୍କୁ ନୀଳାଦ୍ରି ନିଳୟକୁ ପଠାଯିବ। ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ଏବଂ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଏହି କାଉନ୍ସେଲିଂ କାର୍ଯ୍ୟ ଜାରି ରଖିଛନ୍ତି। ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତୀକରଣ ଓ ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ପୁରୀ ଜିଲାର ବିଭିନ୍ନ ସ୍ଥାନରେ ୮ଟି ନୀଳାଦ୍ରି ନିଳୟ(ଭିକାରି ପୁନର୍ବାସ ଗୃହ) କାର୍ଯ୍ୟକ୍ଷମ ହେବ ବୋଲି ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ୬ଟି ନୀଳାଦ୍ରି ନିଳୟ କାର୍ଯ୍ୟକ୍ଷମ କରୁଛି। ପ୍ରତ୍ୟେକ ଗୃହରେ ୫୦ଜଣ ଭିକାରିଙ୍କ ରହିବା, ଖାଇବା ସହିତ ସେମାନଙ୍କୁ ସମାଜର ମୁଖ୍ୟ ଶ୍ରୋତକୁ ଫେରାଇ ଆଣିବା ଲାଗି ବ୍ୟବସ୍ଥା କରାଯାଇଛି।
ପୁରୀକୁ ଭିକାରିମୁକ୍ତ ପ୍ରକ୍ରିୟା ଆରମ୍ଭ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Philipnum on ‘ଜନତା କର୍ଫ୍ୟୁ’କରୋନା କବଳରୁ ଦେଶ ଓ ରାଜ୍ୟକୁ ସୁରକ୍ଷିତ ରଖିବ
- BenitoNelab on ରାଜ୍ୟ କ୍ୟାବିନେଟ୍ ବୈଠକରେ କରୋନା ଲାଗି ୨୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜକୁ ମଞ୍ଜୁରି ସୂଚନା
- Roberttraip on ଟେଲିଭିଜନ ଚ୍ୟାନେଲର ୨୫ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ
- JuniorBROVA on ପିଠା ଯୋଜାନର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ସେପଟେ ନବୀନଙ୍କ ଘୋଷଣା ମଧୁବାବୁ ପେନସନ ଯୋଜନାରେ ଆଉ ୫ ଲକ୍ଷ ହିତାଧିକାରୀ ହେବେ ସାମିଲ !
- WiltonAbavy on ଅନ୍ତର୍ଜାତୀୟ ସମ୍ମାନ ପାଇଲେ ବିନ୍ଦ୍ରା !
