ଗଞ୍ଜାମ ଜଗନ୍ନାଥପୁର ଷ୍ଟେସନରେ ୧୧୩୩ଜଣ ପ୍ରବାସୀଙ୍କୁ ନେଇ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ୍

Odisha Hot News
1 Min Read

ଗଞ୍ଜାମ: ଗଞ୍ଜାମ ଜଗନ୍ନାଥପୁର ଷ୍ଟେସନରେ ୧୧୩୩ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ପହଞ୍ଚିଛି ମୁମ୍ବାଇରୁ ଆସିଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌।  ଆଉ ଏକ ଟ୍ରେନ୍‌ ଆଜି ସୁରତରୁ ଆସି ପହଞ୍ଚିବ। ସେପଟେ ଗଞ୍ଜାମରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ଗଞ୍ଜାମ ଗସ୍ତରେ ସାତ ଜଣିଆ ଟିମ୍‌ ।

ବିଗତ ତିନି ଦିନ ଧରି ଏହି ଟିମ୍‌  ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ୱାସ୍ଥ୍ୟ ସେବା ସଂପର୍କରେ ସମୀକ୍ଷା କରିବା ସହ କୋଭିଡ୍‌ କେୟାର ସେଣ୍ଟର ସ୍ଥାପନ ସଂପର୍କରେ ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କ ସହ ଆଲୋଚନା କରିଥିଲେ। ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ୨୧୦ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି।

Share This Article