ରଥଯାତ୍ରାରେ ପୁରୀ ରେଳଷ୍ଟେସନ ଲୋକାର୍ପଣ

Odisha Hot News
1 Min Read

ଭୁବନେଶ୍ବର: ରଥଯାତ୍ରା ପୂର୍ବରୁ ପୁରୀ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ ଶେଷ ହେବ। ରଥଯାତ୍ରାରେ ତୀର୍ଥଯାତ୍ରୀଙ୍କୁ ନୂଆ ଷ୍ଟେସନରେ ସ୍ବାଗତ କରିବା ଦିଗରେ ପଦକ୍ଷେପ ନିଆଯାଉଛି। ଷ୍ଟେସନ ବିଲଡିଂ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି। ପ୍ଲାର୍ଟଫର୍ମର ନବୀକରଣ ଓ ପାଚେରି ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଇଛି ବୋଲି ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ବର ଫୁଙ୍କ୍‌ୱାଲ୍‌ କହିଛନ୍ତି। ରେଳ ସଦନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଫୁଙ୍କ୍‌ୱାଲ୍‌ ଆହୁରି କହିଛନ୍ତି ଯେ ଓଡ଼ିଶାରେ ଚାଲିଥିବା ରେଳ ଲାଇନ୍‌ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ୨୦୨୬ ଡିସେମ୍ବର ସୁଦ୍ଧା ଖୋର୍ଦ୍ଧାରୋଡ୍‌-ବଲାଙ୍ଗୀର ରେଳ ଲାଇନ୍‌ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ରେଳ ଲାଇନ୍‌ ଅଧୀନରେ ୭ଟି ଯାକ ଟନେଲ୍‌ ନିର୍ମାଣ ସରିଛି। ଭାୟାଡକ୍‌ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟ ପ୍ରମୁଖ ରେଳ ଲାଇନ୍‌ କାମ ମଧ୍ୟ ତ୍ବରାନ୍ବିତ ହେଉଛି। ଭୁବନେଶ୍ବର ରେଳ ଷ୍ଟେସନ କାର୍ଯ୍ୟ ଦ୍ରୁତଗତିରେ ଅଗ୍ରଗତି କରିଥିବା ‌ନେଇ ସେ କହିଛନ୍ତି।ସେ ଆହୁରି କହିଛନ୍ତି ଯେ ୨୦୨୫-୨୬ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ଭାରତୀୟ ରେଳପଥର ଶ୍ରେଷ୍ଠ ମାଲ୍‌ ପରିବହନ କ୍ଷେତ୍ର ଭାବରେ ନିଜ ସ୍ଥାନ ବଜାୟ ରଖିଛି।

Share This Article