ଗଣତାନ୍ତ୍ରିକ ଉପାୟରେ ଓ୍ୱାକଫ୍ ବୋର୍ଡର ପ୍ରଶାସନିକ କାର୍ଯ୍ୟରେ ସୁଧାର ହେବ: ଅପରାଜିତା ଷଡଙ୍ଗୀ

Odisha Hot News
0 Min Read

ଭୁବନେଶ୍ଵର: ଓ୍ୱାକଫ୍ ବୋର୍ଡର ପ୍ରଶାସନିକ କାର୍ଯ୍ୟରେ ସୁଧାର ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ପଦକ୍ଷେପ ନେଇଛନ୍ତି। ଏଦିଗରେ ଅଣାଯାଇଥିବା ବିଲରେ ସଂଶୋଧନ ସମ୍ପର୍କରେ ଗଣତାନ୍ତ୍ରିକ ଉପାୟରେ ଜେପିସି ରିପୋର୍ଟ ପ୍ରସ୍ତୁତ କରିବ ବୋଲି କହିଛନ୍ତି କମିଟିର ସଦସ୍ୟା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ସେ କହିଛନ୍ତି ଯେ, ପାଖାପାଖି ୮ଟି ରାଜ୍ୟରେ ସଂଶୋଧନ ସମ୍ପର୍କରେ ଲୋକଙ୍କ ମତ ନିଆଯାଇଛି। ସମସ୍ତଙ୍କର ମତ ଓ ବିଚାରକୁ ସମ୍ମାନ ଦେଇ ରିପୋର୍ଟ ପ୍ରସ୍ତୁତ କରାଯିବ। ଯେତେଶୀଘ୍ର ହେବ ରିପୋର୍ଟ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଦିଆଯିବ ବୋଲି ସେ କହିଛନ୍ତି।

Share This Article