ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ପକ୍ରିୟା, ତଦନ୍ତ କମିଟ କହିଲେ ଏପରି କଥା

Odisha Hot News
1 Min Read

ଭୁବନେଶ୍ବର: ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ପକ୍ରିୟା। ଆଜି ଏଏସଆଇ ଏବଂ ରତ୍ନଭଣ୍ଡାର କମିଟ ମିଳିତ ଭାବେ ଯାଞ୍ଚ କରିଥିଲେ। ଆଜି ପ୍ରାୟ 4 ଘଣ୍ଟା ଧରି ଏହି ଯାଞ୍ଚ ପକ୍ରିୟା ଚାଲିଥିଲା। ଏଏସଆଇ ଉନ୍ନତମାନର ଯନ୍ତ୍ର ସାହାର୍ଯ୍ୟରେ ଭିତର ଏବଂ ବାହାର ରତ୍ନଭଣ୍ଡାରର ସ୍ଥିତି କଣ ରହିଛି ସେ ନେଇ ଦୁଇ ଦିନ ଧରି ଯାଞ୍ଚ କରିଥିଲେ।

ଏହି କମିଟ ବାହାରକୁ ଆସିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ଯେ, ବର୍ତ୍ତମାନ ଯାଞ୍ଚ ପକ୍ରିୟା ଶେଷ ହୋଇଛି। ରତ୍ନଭଣ୍ଡାରର ସ୍ଥିତି କିପରି ରହିଛି ତାହା ଯାଞ୍ଚ କରିବା ପାଇଁ ଏଏସଆଇ ଟିମକୁ ନିୟୋଜିତ କରାଯାଇଥିଲା। ସେହି ଟିମର ବୈଜ୍ଞାନିକମାନେ ଉନ୍ନତ ଯନ୍ତ୍ର ମାଧ୍ୟମରେ ରତ୍ନ ଭଣ୍ଡାରର ସ୍ଥିତି ପରଖିଛନ୍ତି। ସେମାନଙ୍କୁ ତିନିଦିନ ସମୟ ଦିଆଯାଇଥିଲା। ହେଲେ ସେମାନେ ଦୁଇଦିନରେ ଏହି ଯାଞ୍ଚ ଶେଷ କରିଦେଇଛନ୍ତି।

ତେବେ ସେମାନଙ୍କ ଯାଞ୍ଚରୁ କଣ ବାହାରିଲା ବା ରତ୍ନଭଣ୍ଡାରର ସ୍ଥିତି କିପରି ରହିଛି ସେ ନେଇ ସେମାନେ ଏକ ରିପୋର୍ଟ ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନକୁ ଦେବେ। ସେହି ରିପୋର୍ଟକୁ ସରକାରଙ୍କ ନିକଟରେ ଦାଖଲ କରାଯିବ। ଏହାପରେ ସରକାର ଯାହା ନିଷ୍ପତି ନେବେ ସେହି ଅନୁସାରେ କାର୍ଯ୍ୟ କରାଯିବ। ତେବେ ବର୍ତ୍ତମାନ ରତ୍ନଭଣ୍ଡାରର ସ୍ଥିତି କଣ ରହିଛି ସେ ଆଉକିଛି ଟିମ ସହିତ ଆଲୋଚନା କରି ରିପୋର୍ଟ ଦେଲା ପରେ ପଦକ୍ଷେପ ନିଆଯିବ।

Share This Article