ରାଜଗାଙ୍ଗପୁର: ପୁଣି ହାଜତ ଭିତରେ ଜଣେ ଅଭିଯୁକ୍ତ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଗାଙ୍ଗପୁର ଥାନା ହାଜତରେ । ତେବେ ଗତକାଲି ରାତିରେ ଝୁଲନ୍ତା ଅବସ୍ଥାରେ ହାଜତ ଭିତରେ ଅଭୁଯୁକ୍ତଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ଏହା ଆତ୍ମହତ୍ୟା କି ନାଁ ଅନ୍ୟ କାରଣରୁ ମତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ମୃତକ ହେଲେ ଜୟ ଲାକ୍ରା । ତାଙ୍କ ଘର ରାଇକାକଚ୍ଚାର । ସୂଚନା ମୁତାବକ, କୁତ୍ରା ଥାନା ଅନ୍ତର୍ଗତ ତୁନମୁରା ଜନସେବା କେନ୍ଦ୍ରରୁ ରାଇକାକଚ୍ଚାର ଗ୍ରାମର ରବୀନ୍ଦ୍ର ଲାକ୍ରା ଙ୍କ ଖାତାରୁ ୯୦ ହଜାର ଟଙ୍କା ଗତ ୨୦ ଓ ୨୧ନଭେମ୍ବରରେ କେହି ଉଠାଇ ନେଇଥିଲା । ଏହା ପୂର୍ବରୁ ମଧ୍ୟ ୫୦ରୁ ଅଧିକ ଜମାକାରୀଙ୍କ ଖାତାରୁ ୩ରୁ ୧୦ ହଜାର ଟଙ୍କା ଲେଖାଏଁ କରି ୧୦ ଲକ୍ଷ ଟଙ୍କା ହଡ଼ପ ହୋଇଛି । ଏନେଇ ରବିନ୍ଦ୍ର ଥାନାରେ ଏତଲା ଦାୟର କରିଥଲେ । ତେବେ ରବିନ୍ଦ୍ରଙ୍କର ଏତଲାକୁ ଭତ୍ତି କରି ,ରାଜଗାଙ୍ଗପୁର ଥାନାରେ ମାମଲା ରୁଜୁ କରି ଜୟଙ୍କୁ ଥାନାକୁ ଆଣି ପଚରା ଉଚରା କରୁଥିଲା । ତେବେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଛି । ତେବେ ଜୟଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତେଜନା ଲାଗି ରହିଛି ।
ପୁଣି ହାଜତ ଭିତରେ ଅଭିଯୁକ୍ତ ମୃତ , ମୃତ୍ୟୁର କାରଣ ଅସ୍ପଷ୍ଟ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Trentonsam on ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆଉ ୯ ବିଧାନସଭା ଓ ଗୋଟିଏ ଲୋକସଭା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।
- FredWow on Architecture beach blue chairs
- vavada_mfPn on ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: କ୍ୱାରାଣ୍ଟାଇନ୍ ନିୟମ ଉଲ୍ଲଂଘନ କଲେ ଗିରଫ
- Omarhow on ପ୍ରସ୍ତୁତ କରନ୍ତୁ ସୁଗାର ଫ୍ରି ମାଣ୍ଡିଆ ଓଟସ ଲଡୁ ।
- mostbet_vkKt on ଆରମ୍ଭ ହେଲା ‘ରକ୍ଷକ’ କାର୍ଯ୍ୟକ୍ରମ
