ଭୁବନେଶ୍ୱର : କରୋନା ମୁକାବିଲା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛି କମିସନରେଟ୍ ପୁଲିସ। ସୋମବାରଠାରୁ ୩୧ ତାରିଖ ପର୍ଯ୍ୟନ୍ତ କଟକ-ଭୁବନେଶ୍ବରର ସମସ୍ତ ମଲ୍ ବନ୍ଦ ରହିବ ବୋଲି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ପୁଲିସ ସହରାଞ୍ଚଳ ଆଇନ ଧାରା ୩୫ ଅନୁଯାୟୀ କମିସନର ଏହି ଆଦେଶ ଦେଇଛନ୍ତି। ଭୁବନେଶ୍ବର ଓ କଟକରେ ଥିବା ସମସ୍ତ ମଲ୍ ବନ୍ଦ ନ ରଖିଲେ ବା ନ ମାନିଲେ ଏହି ଆଇନ ବଳରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ କରାଯାଇଛି। ପରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି। ପୂର୍ବରୁ ସମସ୍ତ ସଭାସମିତି ଓ କନ୍ଫରେନ୍ସ ବନ୍ଦ କରାଯାଇଥିବା ବେଳେ ବାହାଘର ଓ ବିଭିନ୍ନ ଶୋଭାଯାତ୍ରା ପାଇଁ ଦିଆଯାଇଥିବା ଅନୁମତି ବାତିଲ କରାଯାଇଥିଲା। ଜିମ୍ ମଧ୍ୟ ବନ୍ଦ କରାଯିବା ପାଇଁ ଆଦେଶ ହୋଇଥିଲା। ଏବେ ମଲ୍ଗୁଡ଼ିକ ବନ୍ଦ ହେବାକୁ ଯାଉଛି।
କଟକ-ଭୁବନେଶ୍ବରରେ ଆଜିଠାରୁ ସବୁ ମଲ୍ ବନ୍ଦ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- 1win_xfpt on କୋଭିଡ୍-୧୯: ଦିଲ୍ଲୀରୁ ଶ୍ରମଜୀବୀମାନଙ୍କ ଅପସାରଣ ତ୍ୱରାନ୍ୱିତ କଲେ ଉତ୍ତରପ୍ରଦେଶ ସରକାର
- mostbet_poea on କୋଭିଡ୍-୧୯: ଦିଲ୍ଲୀରୁ ଶ୍ରମଜୀବୀମାନଙ୍କ ଅପସାରଣ ତ୍ୱରାନ୍ୱିତ କଲେ ଉତ୍ତରପ୍ରଦେଶ ସରକାର
- 1xbet app_xqon on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- zakazat kyhnu_gjMn on ସାମ୍ନାକୁ ଆସିଲା ରାଜ୍ୟରେ ଆଉ ୪ କରୋନା ପଜିଟିଭ୍ଙ୍କ କେସ୍ ହିଷ୍ଟ୍ରି
- zakazat kyhnu_esMn on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
