କଟକ : ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ମୁଖ୍ୟ କ୍ରିଷ୍ଣା ରେଡ୍ଡୀଙ୍କୁ ମିଳିଛି ବଲିଉଡ୍ ଟିକେଟ୍। ଏକ ରିୟଲିଟି ସୋ’ରେ ଭାଗ ନେବା ସହ ନିଜ ନୃତ୍ୟ ମାଧ୍ୟମରେ ସାରା ଦେଶରେ ଚର୍ଚ୍ଚିତ ହୋଇଥିବା ବ୍ରହ୍ମପୁର ଅଞ୍ଚଳର କ୍ରିଷ୍ଣା ଏବେ ଅଭିନୟ ମାଧ୍ୟମରେ ବଲିଉଡ୍ରେ ପାଦ ଥାପିଛନ୍ତି। ସଞ୍ଜୀବ ଜୈସୱାଲଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ବଗାୱତ’ ଚଳଚ୍ଚିତ୍ରରେ ତାଙ୍କୁ ଖଳନାୟକ ଭୂମିକା ମିଳିଛି। ୩ ଦିନ ହେବ ଏହି ଚଳଚ୍ଚିତ୍ରର ଶୁଟିଂ ଲକ୍ଷ୍ନୌଠାରେ ଆରମ୍ଭ ହୋଇଛି। ସମ୍ବିଧାନ ପ୍ରଣେତା ଡ. ବି.ଆର୍. ଆମ୍ବେଡ୍କରଙ୍କ ଜୀବନ କାହାଣୀ ଉପରେ ଏହି ଚଳଚ୍ଚିତ୍ର ପର୍ଯ୍ୟବସିତ ହୋଇଛି। ସମ୍ବିଧାନ ଲେଖିବା ନିମନ୍ତେ ଆମ୍ବେଡ୍କର ଦେଶର ପରିସ୍ଥିତିକୁ କିଭଳି ଦେଖିଥିଲେ ତାହା ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ‘୧୯୨୦’ ଚଳଚ୍ଚିତ୍ରର ହିରୋ ରଜନୀଶ ଡଗଲ୍ ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଛନ୍ତି। ବଲିଉଡ୍ରେ କାର୍ଯ୍ୟ କରିବାର ସୌଭାଗ୍ୟ ହାତଗଣତି ଓଡ଼ିଆ କଳାକାରଙ୍କୁ ମିଳିଛି। ଏ ସମ୍ପର୍କରେ କ୍ରିଷ୍ଣା କହିଛନ୍ତି, ବଡ଼ ବ୍ୟାନରରେ ନିର୍ମିତ ଚଳଚ୍ଚିତ୍ରରେ କାର୍ଯ୍ୟକଲେ ଅନେକ କିଛି ଶିଖିବାକୁ ମିଳିବ। ସହଦେବ ନାମରେ ଏକ ଖଳନାୟକ ଭୂମିକା ମତେ ଦିଆଯାଇଛି। ୩ଦିନ ଶୁଟିଂ ସରିଥିବାବେଳେ ଆଉ ୪୫ଦିନ ଶୁଟିଂ ବାକି ରହିଛି। ଲକ୍ଷ୍ନୌ ସମେତ ମୁମ୍ବାଇ ଓ ରାଜସ୍ଥାନର ରାଜଗଡ଼ଠାରେ ଏହି ଚଳଚ୍ଚିତ୍ରର ଶୁଟିଂ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ କ୍ରିଷ୍ଣା-ଷ୍ଟୋରି ଅଫ ଏ ଡ୍ୟାନ୍ସର ନାମରେ ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ଏଥିରେ କ୍ରିଷ୍ଣା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଆଗକୁ ଦେବୀ ନାମରେ ଏକ ଚଳଚ୍ଚିତ୍ର ପ୍ରସ୍ତୁତ ହେଉଛି ଓ ଏଥିରେ କ୍ରୀଷ୍ଣା ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି।
ବଲିଉଡ୍ ଫିଲ୍ମରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ମୁଖ୍ୟ କ୍ରିଷ୍ଣା ରେଡ୍ଡୀ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- AmunRa on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- Amun Ra Casino on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- AmunRa on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- clang implicit declaration of function is invalid in c99 on ଭାରସାମ୍ୟ ହରାଇ ୪୦ଫୁଟ୍ ତଳେ ଟ୍ରକ୍ ; ଚାଲିଗଲା ୮ଜଣଙ୍କ ଜିବନ, ୨୫ ଗୁରୁତର ଆହତ !
- AmunRa on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
