ଭୁବନେଶ୍ବରର ହୋମିଓପ୍ୟାଥିକ କଲେଜର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ଏପରି କଥା କହିଲେ ଆଇନ ମନ୍ତ୍ରୀ

Odisha Hot News
3 Min Read

ଭୁବନେଶ୍ୱର: ବିଶ୍ୱାସ ରହିଲେ ହୋମିଓପ୍ୟାଥିକ ଔଷଧ ଦ୍ୱାରା ସମସ୍ତ ଦୁରାରୋଗ୍ୟ ବ୍ୟାଧି ରୁ ମୁକ୍ତି ମିଳିବ ବୋଲି କହିଛନ୍ତି ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ।

ଭୁବନେଶ୍ୱର ସ୍ଥିତ ଦେଶର ପ୍ରଥମ ଡିଗ୍ରୀ କଲେଜ ଡା ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ର ୫୬ ତମ ପ୍ରତିଷ୍ଠା ଦିବସ ଏବଂ ଷଷ୍ଠ ବାର୍ଷିକ ପୁରାତନ ଛାତ୍ର ସଂସଦ ବୈଠକରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପ୍ରଥମେ ହୋମିଓପ୍ୟାଥିକ ଚିକିତ୍ସା ର ଜନକ ଡା ସାମୁଏଲ ହ୍ୟାନିମ୍ୟାନଙ୍କ ଫଟୋ ଚିତ୍ରରେ ପୁଷ୍ପ ଗୁଛ ଅର୍ପଣ କରିଥିଲେ।

ରାଜ୍ୟର ସର୍ଵ ପୁରାତନ ଓ ଦେଶର ପ୍ରଥମ ହୋମିଓପ୍ୟାଥିକ ଭେଷଜ ଡିଗ୍ରୀ ମହାବିଦ୍ୟାଳୟ ର ସମସ୍ତ ପ୍ରକାର ସମସ୍ୟା ବିଷୟରେ ଅବଗତ ଅଛନ୍ତି ବୋଲି ଅଭିହିତ କରିଥିଲେ ମହାବିଦ୍ୟାଳୟ ରେ ଭିତ୍ତିଭୂମିର ଅଭାଵ ସଙ୍ଗକୁ ମାନବ ସମ୍ବଳ ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ରଥଯାତ୍ରା ପରେ ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ, ସଚିବ ଏବଂ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କୁ ନେଇ ରାଜ୍ୟ ଲୋକସେବା ଭବନ ରେ ବୈଠକ କରାଯାଇ ତୁରନ୍ତ ସମସ୍ୟାର ସମାଧାନ ଆସନ୍ତା ଏକ ବର୍ଷ ମଧ୍ୟରେ କରାଯିବ ବୋଲି ଉପସ୍ଥିତ ଆଲୁମିନ ସଦସ୍ୟ ର ଡାକ୍ତର ମାନଙ୍କୁ କହିଥିଲେ।

ରାଜ୍ୟରେ ସ୍ୱତନ୍ତ୍ର ଆୟୁଷ ମନ୍ତ୍ରଣାଳୟ ର ଆବଶ୍ୟକତା ରହିଛି ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟବରିଷ୍ଠ ଅଧିକାରୀ ଙ୍କୁ ନେଇ ଏହା ଉପରେ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାଉପରେ ଗୁରୁତ୍ୱ ଆରୋପ କରିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଏକାମ୍ର ବିଧାୟକ ବାବୁ ସିଂ କହିଥିଲେ ୫୬ ବର୍ଷ ର ପୁରାତନ ଅନୁଷ୍ଠାନ ଏବେ ସମସ୍ୟା କବଳିତ। ରାଜ୍ୟର ରାଜଧାନୀ ରେ ଯଦି ଏହି ସମସ୍ୟା ତେବେ ରାଜ୍ୟର ସମସ୍ତ ଆୟୁଷ କଲେଜ କି ଭଳି ସ୍ଥିତି ରେ ଥିବ ତାହା ଅନୁମାନ କରାଯାଇପାରେ। ରାଜ୍ୟ ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଯୋଗଦେଇ କହିଲେ ହୋମିଓପ୍ୟାଥିକ ଚିକିତ୍ସା ଅତ୍ୟନ୍ତ ଫଳପ୍ରଦ ଓ ବତୀଘର ସଦୃଶ,ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ।

ମୁଖ୍ୟ ବକ୍ତା ଭାବରେ ସୋଆ ବିଶ୍ୱବିଦ୍ୟାଳୟ ର ଅଧ୍ୟକ୍ଷ ତଥା ଭୁବନେଶ୍ୱର ଏମ୍ସ ର ପୂର୍ବତନ ନିର୍ଦେଶକ ଡା ଅଶୋକ କୁମାର ମହାପାତ୍ର କହିଲେ ହୋମିଓପ୍ୟାଥିକ ଚିକିତ୍ସା ହେଉଛି ବିଶଲ୍ୟ କରଣୀ ସଦୃଶ ଏହାକୁ ସମସ୍ତ ପ୍ରକାର ସମ୍ମାନ ଦେବା ସମୟ ଆସିଯାଇଛି। କାର୍ଯ୍ୟକ୍ରମ ରେ ପ୍ରଥମ ବର୍ଷ ର ମେଧାବୀ କୃତି ଛାତ୍ର ଛାତ୍ରୀ ଙ୍କୁ ସମ୍ମାନିତ କରାଯାଇଥିଲା। ଅଧ୍ୟକ୍ଷ ପ୍ରଫେସର ଡା ଜ୍ଞାନ ରଞ୍ଜନ ମହାନ୍ତି, ପୁରାତନ ଛାତ୍ର ସଂସଦ ସଭାପତି ପ୍ରଫେସର ଡା ଚତୃଭୂଜ ନାୟକ, ସଂପାଦକ ଡା ରାଜେନ୍ଦ୍ର କୁମାର ଦାଶ ଉପସ୍ଥିତ ଥିଲେ।

ଏହି ଭେଷଜ ମହାବିଦ୍ୟାଳୟ ରେ ନୂତନ ଭାବେ ପ୍ରାଣ ପ୍ରତିଷ୍ଠା କରାଯାଇଥିବା ଶ୍ରୀ ଗଣେଶ ଓ ମା ସରସ୍ୱତୀ ଙ୍କ ମୂର୍ତ୍ତି କୁ ଅନାବରନ କରାଯାଇଥିଲା। ଦ୍ଵିତୀୟ ଅଧିବେଶନ ରେ ପ୍ରଫେସର ଆଦିତ୍ୟ କୁମାର ମହାନ୍ତି ଏବଂ ପ୍ରଫେସର ଲମ୍ବୋଦର ପ୍ରସାଦ ସିଂ ସାମାଜିକ ଜୀବନରେ ଆଧ୍ୟାତ୍ମିକତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ଆୟୁଷ ଡାକ୍ତର, ହୋମିଓପ୍ୟାଥିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ସୁଦ୍ଧା ଆୟୁଷ ନିର୍ଦେଶକ ଅନୁପସ୍ଥିତ ଥିବାରୁ ସମସ୍ତେ କ୍ଷୋଭ ପ୍ରକାଶ କରିଥିଲେ।

Share This Article