କଟକ : ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାରେ ଗତ କିଛି ଦିନ ତଳେ ଚିକିତ୍ସତ ହେଉଥିଲେ ବୃଦ୍ଧ ଜଣକ । ତାଙ୍କ ଦେହ ଅଧିକ ଅସୁସ୍ଥ ହେବାରୁ ତାଙ୍କୁ ଏସସିବି ରେଫର କରାଯିବା ପରେ ତାଙ୍କୁ ନ୍ୟୁରୋସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା । ଗତ ୧୩ତାରିଖ ଦିନ ରାତିରେ ବୃଦ୍ଧ ଜଣକ ବାଥରୁମକୁ ପରିସ୍ରା କରିବା ପାଇଁ ଯିବାବେଳେ ସେଠାରେ ତାଙ୍କ ଗୋଡ଼ ଖସିଯାଇଥିଲା ଏବଂ ସେଠାରେ ସେ ପଡିଯାଇଥିଲେ । ତେବେ ତାଙ୍କୁ ସେଠାରୁ ଆଣି ୱାର୍ଡ଼ରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ରାତି ପ୍ରାୟ ୨ଟାବେଳେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ହେଲେ ବୃଦ୍ଧ ଜଣଙ୍କର ଅସହାୟ ସ୍ତ୍ରୀ ଉପାୟ ନପାଇ ବିକଳରେ ସେଠାରେ ପଡ଼ି ରହିଥିଲେ । ସୂଚନା ମୁତାବକ ବୃଦ୍ଧ ଜଣକ ହେଉଛନ୍ତି ଭିକାରୀ ମଲ୍ଲୀକ ଓ ତାଙ୍କ ସ୍ତ୍ରୀଙ୍କ ନାମ ହେୁଛି ସାବିତ୍ରୀ ମଲ୍ଳୀକ ଘର ହେଉଛି କେନ୍ଦ୍ରାପଡ଼ ଜିଲ୍ଲାରେ ଏବଂ ତାଙ୍କର ଗୋଟାଏ ଝିଅ ଥିଲା । ଝିଅଟି ବିବାହ ପରେ ସେ ତା ବାପା-ମାଙ୍କ ସହ କୌଣସି ସର୍ମ୍ପକ ରଖିନଥିଲା । ଯାହା ଫଳରେ ବୃଦ୍ଧ ଦମ୍ପତି ଜଣକ ୬ବର୍ଷ ଧରି ଭୁବନେଶ୍ୱରର ଏକ ମନ୍ଦିରରେ ରହୁଥିଲେ । ତେବେ ବୃଦ୍ଧ ସ୍ୱାମୀ ଜଣକ ମୃତ ପରେ ନିରିହ ସ୍ତ୍ରୀ ଜଣକ ବେସାହାରା ହୋଇପଡ଼ିଥିଲେ । ସେହି ଏସିବି ବାରଣ୍ଡାରେ ଅନେକ ସମୟ ଧରି ମୃତ ସ୍ମୀକୁ ଧରି ପଡ଼ିରହିବା ପରେ ସ୍ୱେଚ୍ଛାସେବୀ ଅଭିମନ୍ୟୁ ଦାସ ପହଞ୍ଚି ସାବୀତ୍ରୀଙ୍କ ସ୍ୱାମୀଙ୍କ ସବକୁ ତ୍ସକାର କରିଥିଲେ । ଏବଂ ପରେ ତାଙ୍କୁ ଭୁବନେଶ୍ୱର ମନ୍ଦିରରେ ଆଣି ଛାଡି ଦେଇଥିଲେ ।
ଏସସିବି ମେଡ଼ିକାଲ ବାଥ୍ ରୁମରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- RichardSap on ଆଜି ମାଟ୍ରିକ୍ ପରୀକ୍ଷାଫଳ
- HenryEvath on ରାଜଧାନୀ ପ୍ରଶାନ୍ତି ବିହାର ଅଂଚଳରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର !
- pinup_fhsi on ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଲେ ରୋହିତ ଓ ଅଶ୍ୱିନୀ !
- Hershelhausy on ଅଗ୍ନିକାଣ୍ଡରେ ୮ ବଖରା ଜଳି ପୋଡ଼ି ପାଉଁଶ !
- JosephVab on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
