କଟକ : ଡରାଉଛି କରୋନା । ଭାଇରସ୍ ସନ୍ଦେହରେ ଓଡ଼ିଶାରେ ଆଉ ଜଣେ ଛାତ୍ରୀ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେ ଚୀନ୍ର ଉହାନ୍ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିଲେ । ଗତ ୧୯ ତାରିଖରେ ଓଡ଼ିଶା ଆସିଥିଲେ । ତାଙ୍କଠାରେ ଫ୍ଲୁ ଲକ୍ଷଣ ଦେଖା ଦେବା ପରେ ତାଙ୍କୁ ଏସବିସିରେ ଭର୍ତ୍ତି କରାଯାଇଛି । ଆଇସୋଲେସନ୍ ଓ୍ଵାର୍ଡରେ ତାଙ୍କୁ ରଖାଯାଇ ସ୍ୱତନ୍ତ୍ର ନିରୀକ୍ଷଣରେ ରଖାଯାଇଛି । ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଟିମ୍ । ପୂର୍ବରୁ ଫୁଲବାଣୀର ଜଣେ ଡାକ୍ତରୀ ଛାତ୍ର ବର୍ତ୍ତମାନ କରୋନା ଭାଇରସ୍ ସନ୍ଦେହରେ ଅବଜରଭେସନରେ ଅଛନ୍ତି । ସେପଟେ ଭୁବନେଶ୍ୱରରେ ୫ଜଣ ହୋମ୍ ଆଇସୋଲେସନରେ ଅଛନ୍ତି । ୫ଜଣଙ୍କ ରକ୍ତ ନମୁନା ପୁନେ ଏନଆଇଭିକୁ ପଠାଯାଇଛି । ଏପଟେ ରାଜ୍ୟରେ କରୋନା ସ୍ଥିତି ଓ ମୁକାବିଲା ନେଇ ଆଜି ସମୀକ୍ଷା ହୋଇଥିଲା । ଏଣିକି ଚୀନ ସହ ମାଲେସିଆ, ହଂକଂ, ସିଙ୍ଗାପୁର, ଥାଇଲାଣ୍ଡରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯିବ । ଯେଉଁମାନେ ଆଇସୋଲେସନରେ ଅଛନ୍ତି, ସେମାନେ ୧୪ ଦିନ ପଯ୍ୟର୍ନ୍ତ ବାହାରେ ନବୁଲିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଚୀନରୁ ଓଡିଶାକୁ ଆସିଥିବା ବ୍ୟକ୍ତି ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଟୋଲ ଫ୍ରି ନମ୍ବର ୦୬୭୪-୨୩୯୦୪୬୬ ।
କରୋନା ଭାଇରସ୍ ସନ୍ଦେହରେ ଓଡ଼ିଶାରେ ଆଉ ଜଣେ ଛାତ୍ରୀ କଟକ ବଡ଼ ମେଡିକାଲରେ ଭର୍ତ୍ତି
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- RobbieTah on ଟ୍ରାନ୍ସଫର୍ମର ଫ୍ୟୁଜ ବାନ୍ଧୁଥିଲେ, ବିଦ୍ୟୂତ କର୍ମଚାରୀ ଜଳିଗଲେ !
- KadePoork on Iphone dark notebook pen
- KadePoork on ନିର୍ମାଣ ଶ୍ରମିକଙ୍କୁ ବଣ୍ଟାଯିବ ୧୫୦୦ ଟଙ୍କା ଆର୍ଥିକ ସହାୟତା : ସମସ୍ତ ଜିଲ୍ଲା ଓ ମହାନଗର ନିଗମକୁ ଚିଠି ଲେଖିଲେ ଶ୍ରମ କମିସନର
- JamesNoing on ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ସ୍କଚ୍ ସୁସ୍ଥ ଭାରତ ସ୍ବର୍ଣ୍ଣ ପୁରସ୍କାର
- RobbieTah on ରାଜ୍ୟରେ କରୋନା ସ୍ଥିତି ନେଇ ସମୀକ୍ଷା, ମୁଖ୍ୟ ଶାସନ ସଚିବଙ୍କ ସହ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ଆଲୋଚନା
