ଅକ୍ଷୟ ତୃତୀୟାରୁ ପୁରୀରେ ଆରମ୍ଭ ହେଲା ମହାପ୍ରଭୃଙ୍କ ଚନ୍ଦନ ଯାତ୍ରା

Odisha Hot News
1 Min Read

ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଗତକାଲି ଶ୍ରୀମନ୍ଦିରରେ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ସେହିପରି ଏହି ପବିତ୍ର ଦିନରେ ରଥ ନିର୍ମାଣ କାର୍ଯ୍ୟର ମଧ୍ୟ ଶୁଭାରମ୍ଭ ହୋଇଛି। ରଥ ଖଳାରେତିନୋଟି ୧୨ ଫୁଟିଆ କାଠ ରଖାଯାଇ ପୂଜାର୍ଚ୍ଚନା ପରେ ବିଶ୍ଵକର୍ମା ମହାରଣା ସୁନା ଓ ରୂପା କୁରାଢ଼ୀ ସ୍ପର୍ଶ କରି ତିନି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି।

ପ୍ରଥମେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଚଳନ୍ତି ପ୍ରତିମା ବିମାନରେ ବିଜେ କରିବେ । ବିମାନରେ ଯିବା ସମୟରେ ରଥଖଳାରେ ତିନୋଟି ଆଜ୍ଞାମାଳ ତିନି କାଠରେ ଲାଗି କରାଯାଇଛି। ଏହାପରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ବିମାନରେ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ ବିଜେ କରିବା ପରେ ଦିନ ଚାପ ଓ ରାତି ଚାପ ଅନୁଷ୍ଠିତ ହୋଇଛି।

Share This Article