କରୋନା ପାଇଁ ରାଜଧାନୀରେ ବନ୍ଦ ରହିବ କୋଚିଂ ସେଣ୍ଟର

Odisha Hot News
1 Min Read

ଭୁବନେଶ୍ୱର : କରୋନା ପାଇଁ ଶୁକ୍ରବାର ସିନେମା ହଲ୍‌, ସୁଇମିଂ ପୁଲ, ଜିମ୍‌ ସେଣ୍ଟରକୁ ବନ୍ଦ କରାଯାଇଥିବାବେଳେ ଶନିବାର ରାଜଧାନୀର ସମସ୍ତ କୋଚିଂ ସେଣ୍ଟର ଓ ଟ୍ୟୁଶନ ସେଣ୍ଟରକୁ ବନ୍ଦ କରି ଦିଆଯାଇଛି। ଏନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ପିଲାଙ୍କୁ କୋଚିଂ ସେଣ୍ଟରକୁ ନ ପଠାଇବା ପାଇଁ ଅଭିଭାବକମାନଙ୍କୁ ମଧ୍ୟ କମିଶନର ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ଗୋଟିଏ ସ୍ଥାନରେ ଏକାଧିକ ଲୋକ ଏକାଠି ହେଲେ କରୋନା ଭାଇରସ୍‌ ସଂକ୍ରମଣର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଏହାକୁ ଏଡାଇବା ପାଇଁ ମଲ୍‌କୁ ଛାଡ଼ିଦେଲେ ସରକାର ଏବେ ଧୀରେ ଧୀରେ ସବୁ ଅନୁଷ୍ଠାନ ଓ ପ୍ରତିଷ୍ଠାନଗୁଡିକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି।

Share This Article
Leave a Comment