ଭୁବନେଶ୍ୱର : କରୋନା ପାଇଁ ଶୁକ୍ରବାର ସିନେମା ହଲ୍, ସୁଇମିଂ ପୁଲ, ଜିମ୍ ସେଣ୍ଟରକୁ ବନ୍ଦ କରାଯାଇଥିବାବେଳେ ଶନିବାର ରାଜଧାନୀର ସମସ୍ତ କୋଚିଂ ସେଣ୍ଟର ଓ ଟ୍ୟୁଶନ ସେଣ୍ଟରକୁ ବନ୍ଦ କରି ଦିଆଯାଇଛି। ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ପିଲାଙ୍କୁ କୋଚିଂ ସେଣ୍ଟରକୁ ନ ପଠାଇବା ପାଇଁ ଅଭିଭାବକମାନଙ୍କୁ ମଧ୍ୟ କମିଶନର ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ଗୋଟିଏ ସ୍ଥାନରେ ଏକାଧିକ ଲୋକ ଏକାଠି ହେଲେ କରୋନା ଭାଇରସ୍ ସଂକ୍ରମଣର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଏହାକୁ ଏଡାଇବା ପାଇଁ ମଲ୍କୁ ଛାଡ଼ିଦେଲେ ସରକାର ଏବେ ଧୀରେ ଧୀରେ ସବୁ ଅନୁଷ୍ଠାନ ଓ ପ୍ରତିଷ୍ଠାନଗୁଡିକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି।
କରୋନା ପାଇଁ ରାଜଧାନୀରେ ବନ୍ଦ ରହିବ କୋଚିଂ ସେଣ୍ଟର
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- RobertTougs on ଦଶପଲ୍ଲାରେ ମାଓ ପୋଷ୍ଟର ଜବତ
- WilliamPar on “ସମ୍’ରେ ୫୨୦ ବେଡ୍ ବିଶିଷ୍ଟ କୋଭିଡ୍-୧୯ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- Edwardmeeby on ଆଜିର ରାଶିଫଳ
- Terry Klein on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
- JosephFap on ଗଞ୍ଜାମର ପ୍ରସିଦ୍ଧ ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଉପରେ ଲାଗିଲା କଟକଣା
