ଭୁବନେଶ୍ୱର : ରାଜଧାନୀରେ ବଢୁଛି ବଂଲାଦେଶୀ ଯୁବତୀଙ୍କ ଦେହ ବ୍ୟବସାୟ। ନୂଆ ବର୍ଷକୁ ନଜରରେ ରଖି ଦଲାଲଙ୍କ ଦ୍ୱାରା ହେଉଛନ୍ତି ଚାଲଣ। ଟେନ୍ସନ୍ରେ କମିଶନରେଟ୍ ପୁଲିସ।କିଛି ଦିନ ପୂର୍ବେ ଦଲାଲଙ୍କ ଜରିଆରେ ଜଣେ ବେଙ୍ଗୀୟ ସୁନ୍ଦରୀ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ହୋଟେଲ୍ର ରୁମ୍ରେ ରହିଥିଲେ। ୭ ଦିନ ପାଇଁ ହୋଟେଲ୍ରେ ରୁମ୍ ବୁକିଂ ହୋଇଥିଲା। ତେବେ ଏଠାରେ ରହଣୀ ସମୟରେ ହୋଟୋଲର ମ୍ୟାନେଜର ବଳପୂର୍ବକ ତାଙ୍କୁ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇ ଥିଲା। ଏହାକୁ ନେଇ ଆଜି ଯୁବତୀ ଜଣଙ୍କ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ପରେ ହୋଟେଲର ମ୍ୟାନେଜର ଓ କର୍ମଚାରୀଙ୍କୁ ଗିରଫ କରିଥିଲା ପୁଲିସ । ହେଲେ ଯୁବତୀ ଜଣକର ଫେକ ଆଧାର କାର୍ଡ଼ର ଯାଞ୍ଚ ପରେ ବାଙ୍ଗଲାଦେଶୀ ପ୍ରମାଣ ମିଳିବା ପରେ ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି। .ସେହିପରି ନୂଆବର୍ଷ ଆସୁଥିବାରୁ ରାଜଧାନୀରେ ଦେହ ବଜାର କାରବାର ଜୋର ଧରିଥିବା ବେଳେ ୨୦ରୁ ଅଧିକ ବାଂଲାଦେଶୀ ଯୁବତୀ ଭୁବନେଶ୍ୱରରେ ରହି କାରବାର କରୁଛନ୍ତି। ଏଠାରେ ଫେକ୍ ଆଧାର କାର୍ଡ କରି ସେମାନଙ୍କୁ ବଡ ବଡ ହୋଟେଲକୁ ଗ୍ରାହକ ମାନଙ୍କ ପାଖକୁ ଛାଡୁଛନ୍ତି ଦଲାଲ। ଗୋଟିଏ ରାତିକୁ ୧୫ ହଜାର ଟଙ୍କା ନେଉଛନ୍ତି ଏହି ବାଂଲାଦେଶୀ ରୂପଜୀବୀ। ଚାକାରୀ ନାଁରେ ବାଙ୍ଗଲାଦେଶରୁ ଓଡିଶା ଚାଲାଣ ହେଇଥିବା ଅଭିଯୋଗ ଆସିଛି।ଏଠି ପ୍ରଶ୍ନ ଉଠୁଛି ବାଙ୍ଗଲାଦେଶୀ ରୂପଜୀବୀଙ୍କୁ ଆଣୁଥିବା ଦଲାଲଙ୍କ ପାଖରେ ପହଁଞ୍ଚିବ କି କମିଶନରେଟ ପୁଲିସ। କେବେଳ ରୂପଜୀବୀଙ୍କୁ ଧରିବ ନା ଦଲାଲଙ୍କ ପାଖକୁ ଯିବାକୁ ଚେଷ୍ଟା କରିବ। କେତେଜଣ ଦଲାଲ ଏଥିରେ ସଂପୃକ୍ତ ଅଛନ୍ତି ? କେତେଜଣ ବାଂଲାଦେଶୀ ଯୁବତୀ ଭୁବନେଶ୍ୱର ଆସିଛନ୍ତି ? ସେନେଇ ପୁଲିସ ଖୋଳତାଡ କରିବ କି ? ସେପଟେ ଚାକାରୀ ବାହାନାରେ ଯୁବତୀଙ୍କୁ ଅଣାଯାଇ ଦେହ ବ୍ୟବସାୟରେ ଲିପ୍ତ କରାଯାଉଥିବା ଅବସରପ୍ରାପ୍ତ ପୁଲିସ ଡିଜି କହିଛନ୍ତି ନିକଟରେ କିରଗିଜ ସ୍ଥାନ, ଉଜବେକିସ୍ଥାନର ଥାଇ ଯୁବତୀ ଟୁରିଷ୍ଟ ଭିସାରା ଆସି ରାଜଧାନୀରେ ଦେହ ବ୍ୟବସାୟରେ ସାମିଲ ଥିବା ପର୍ଦ୍ଦାଫାସ ହୋଇଥିଲା। ପୁଲିସ ସେମାନଙ୍କୁ ଧରିବା ପରେ ତାଙ୍କ ଆମ୍ବାସିକୁ ଜଣାଇଥିଲା। ପରେ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରାଯାଇଥିଲା। ତେବେ ବର୍ତ୍ତମାନ ରାଜଧାନୀରେ ପୁଣିଥରେ ବଢିବାରେ ଲାଗିଛି ବିଦେଶୀ ଯୁବତୀଙ୍କ ଦେହ ବ୍ୟବସାୟ। ଯାହାକୁ ନେଇ ପୁଲିସ ଅଡୁଆରେ ପଡ଼ିଛି।
ରାଜଧାନୀରେ ରୂପଜୀବୀଙ୍କ ପସରା ! ଟେନ୍ସନ୍ରେ ପୁଲିସ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
