ରାଉରକେଲା : କେନ୍ଦ୍ରୀୟ ଅବକାରୀ ବିଭାଗର ଡେପୁଟି କମିଶନର ଆସିକ ଜମାଲଙ୍କ ରାଉରକେଲାସ୍ଥିତ ଘର ଓ କାର୍ଯ୍ୟାଳୟରେ ଆଜି ସିବିଆଇ ଚଢ଼ଉ କରିଛି । ରାଉରକେଲା ସେକ୍ଟର ୬ରେ ଥିବା ସି-81 କ୍ୱାଟର୍ସରେ ଝାଡ଼ଖଣ୍ଡରୁ ଆସିଥିବା ସିବିଆଇ ଟିମ୍ ଚଢ଼ଉ କରି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି । .କେଉଁ ମାମଲାରେ ଆସିକ ଜମାଲଙ୍କ ଘରେ ରେଡ୍ ଚାଲିଛି, ତାହା ସ୍ପଷ୍ଟ ହୋଇନାହିଁ । ତେବେ ମିଳିଥିବା ସୂଚନା ଅନୁଯାୟୀ, ଝାଡ଼ଖଣ୍ଡର ଏକ ଦୁର୍ନୀତି ମାମଲାରେ ସିବିଆଇ ଏହି ପଦକ୍ଷେପ ନେଇଛି । ଆସିକ ଏହାପୂର୍ବରୁ ମହାରାଷ୍ଟ୍ରରେ କାର୍ଯ୍ୟରତ ଥିବା ବେଳେ ସେଠାରେ ତାଙ୍କ ବିରୋଧରେ କୌଣସି ମାମଲାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହାପରେ ଗତ ୬ ମାସ ହେବ ତାଙ୍କର ରାଉରକେଲାକୁ ବଦଳି ହୋଇଥିଲା।
ଡେପୁଟି କମିଶନରଙ୍କ ଘରେ ସିବିଆଇ ରେଡ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Angelothini on ପୁଣି ୬ କୋଲକାତା ଫେରନ୍ତା କରୋନା ଆକ୍ରାନ୍ତ ଚିହ୍ନଟ
- JamesCax on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
- ErnestLab on ଆଜି ମାଟ୍ରିକ୍ ପରୀକ୍ଷାଫଳ
- Anthonyrot on ବିଜେପୁର: ୩ଦଳର ପ୍ରାର୍ଥୀ ଚୟନ ଉପରେ ନଜର
- RandallLam on ରାଜଧାନୀ ପ୍ରଶାନ୍ତି ବିହାର ଅଂଚଳରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର !
