ପ୍ୟାରିସ, ୨୪/୧୧: ଫ୍ରାନ୍ସ ସହ ରାଫେଲ ଯୁଦ୍ଧ ବିମାନ ଚୁକ୍ତିକୁ ନେଇ ଭାରତରେ ରାଜନୈତିକ ଏବଂ ଆଇନଗତ ଲଢେଇ ଚାଲିଥିବା ବେଳେ ଏବେ ଫ୍ରାନ୍ସରେ ମଧ୍ୟ କିଛି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।
ଫ୍ରାନ୍ସର ଏକ ଭ୍ରଷ୍ଟାଚାର ନିରୋଧୀ ଏନଜିଓ ସଂସ୍ଥା ଭାରତ ସହ ହୋଇଥିବା ରାଫେଲ ଚୁକ୍ତି ସମ୍ପର୍କରେ ବିସ୍ତୃତ ବିବରଣୀ ଦାବୀ କରି ଦେଶର ଫାଇନାନ୍ସିଆଲ୍ ପ୍ରସିକ୍ୟୁଟର ଅଫିସ୍ରେ ଏକ ମାମଲା ରୁଜୁ କରିଛି ।
ଶେରପା ନାମକ ଏହି ଏନଜିଓ ଆର୍ଥିକ ଅପରାଧ ବିରୋଧରେ ଆଇନଗତ ଲଢେଇ ଲଢିଥାଏ । ତେବେ କେଉଁ ପରିସ୍ଥିତିରେ ଫ୍ରାନ୍ସ ୩୬ ଟି ଯୁଦ୍ଧ ବିମାନ ପାଇଁ ଭାରତ ସହ ଚୁକ୍ତି କରିଥିଲା ଏବଂ ଏହି ଚୁକ୍ତିରେ ତା’ର ଅଫେ୍ଶାର ପାର୍ଟନ ଭାବେ ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍ ବାଛିବାର କାରଣ କ’ଣ ଥିଲା , ତା’ର ତଥ୍ୟ ରଖିବାକୁ ଏହି ଏନଜିଓ ଦାବୀ କରିଛି ।
ରାଫେଲ ଚୁକ୍ତିରେ ଭ୍ରଷ୍ଟାଚାର ଏବଂ ଟଙ୍କା କାରବାର ହୋଇଥିବାର ଆଶଙ୍କା ପ୍ରକାଶ କରି ଏନଜିଓ ପକ୍ଷରୁ ଏହି ମାମଲା ରୁଜୁ ହୋଇଥିବା ସୁଚନା ମିଳିଛି । ତେବେ ରାଷ୍ଟ୍ରୀୟ ଫାଇନାନ୍ସିଆଲ୍ ପ୍ରସିକୁ୍ୟଟର ଅଫିସ୍ ଏହି ମାମଲାର ବିଧିବଦ୍ଧ ତଦନ୍ତ କରି ଖୁବ୍ ଶୀଘ୍ର ଏହାର ପର୍ଦ୍ଦାଫାସ କରିବ ବୋଲି ଆଶା ରଖିଛି ଉକ୍ତ ସଂସ୍ଥା । ରାଫେଲ ଚୁକ୍ତିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ କ୍ରମେ ଅନୀଲ ଅମ୍ବାନିଙ୍କ ରିଲାଏନ୍ସ ଗ୍ରୁପ୍ ଅଫେ୍ଶାର ପାର୍ଟନର ଭାବେ ବଛାଯାଇଥିବା ବାରମ୍ବାର ଅଭିଯୋଗ କରିଆସିଛି ବିରୋଧୀ ଦଳ । ଏନେଇ ଭାରତରେ ଏକ ପ୍ରକାର ରାଜନୈତିକ ଝଡ ମଧ୍ୟ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ସରକାରଙ୍କ ତରଫରୁ ଏହି ସମସ୍ତ ଆରୋପକୁ ଖଣ୍ଡନ କରାଯାଇଛି । ୨୦୧୬ରେ ହୋଇଥିବା ରାଫେଲ ଚୁକ୍ତିରେ ସେତେବେଳେ ଫାଟ ସୃଷ୍ଟି ହୋଇଥିଲା ଯେତେବେଳେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍ସବା ଓଲାନ୍ଦ କହିଥିଲେ କି, ଅନିଲ ଅମ୍ବାନୀଙ୍କୁ ନିଜ ଅଫଶୋର ପାର୍ଟନର ଭାବରେ ବାଛିବା ଛଡା ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା ।
ରାଫେଲ ବିବାଦ: ଫ୍ରାନ୍ସରେ ମାମଲା ରୁଜୁ

Leave a comment
Leave a comment