ନୂଆପଡ଼ା : ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ଉପରେ ଜିଲ୍ଲା ପରିଷଦ ସ୍ବତନ୍ତ୍ର ସଚେତନତା ପାଇଁ ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନ ଗୃହଠାରେ ଆରମ୍ଭ ହୋଇଥିଲା। ଏହି ବୈଠକରେ କରୋନା ସଂକ୍ରମଣରେ କିପରି ଜିଲ୍ଲାବାସୀ ରକ୍ଷା ପାଇବେ ବୈଠକରେ ଆଲୋଚନା ହୋଇଥିଲା। କିଛି ସମୟରେ ପରେ ଏହି ବୈଠକରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଫଳରେ ଏହି ସ୍ବତନ୍ତ୍ର ବୈଠକ ଅଧାରୁ ବନ୍ଦ ହୋଇଯାଇଥିଲା। ବୈଠକରେ ଜିଲ୍ଲାପରିଷଦ ଅଧକ୍ଷା ନମିତା ପ୍ରଧାନ, ସାଂସଦ ଶ୍ରୀ ପଣ୍ଡା, ବିଧାୟକ ଶ୍ରୀ ଢୋଲକିଆ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁପ୍ରତାପ ସିଂମାଝୀ ଉପସ୍ଥିତ ଥିଲେ। ବୈଠକରେ ସିଡିଏମଓଙ୍କୁ ବାହାରୁ ଫେରୁଥିବା ଦାଦନ ଶ୍ରମିକଙ୍କ ପାଇଁ କଣ ଚିକିତ୍ସା ସୁବିଧା କରାଯାଇଛି ବୋଲି ସାଂସଦ ପଚାରିଥିଲେ। ଏହା ପରେ କୌଣସି କାରଣକୁ ନେଇ ସାଂସଦ ଓ ବିଧାକୟକଙ୍କ ମଧ୍ୟରେ କିଛି ସମୟ ଧରି ଯୁକ୍ତିତର୍କ ହୋଇଥିଲା। ଏ ସଂପର୍କରେ ବିଧାୟକ ଶ୍ରୀ ଢୋଲକିଆଙ୍କୁ ପଚାରିବାରୁ କରୋନା ପାଇଁ ସ୍ବତନ୍ତ୍ର ବୈଠକରେ ଧାନକିଣା ଉପରେ ଚର୍ଚ୍ଚା କରାଯିବରୁ ସେ ବିରୋଧ କରିଥିଲେ। ଏହା ପରେ ସାଂସଦ ଶ୍ରୀ ପଣ୍ଡା ରାଗିଯାଇଥିଲେ ଏବଂ ଉଭୟଙ୍କ ମଧ୍ୟରେ କିଛି ସମୟ ପାଇଁ ଯୁକ୍ତିତର୍କ ହୋଇଥିଲା ବୋଲି ସେ କହିଥିଲେ।
ସାଂସଦ-ବିଧାୟକଙ୍କ ଯୁକ୍ତିତର୍କ, ଅଧାରୁ ସ୍ବତନ୍ତ୍ର ବୈଠକ ବନ୍ଦ
- Advertisement -
Stay Connected
Comment
- ChaseKex on ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଲା ନୂଆ ଦାୟିତ୍ୱ, ଦଳର ସାଂଗଠନିକ ସମ୍ପାଦକ ଭାବେ ହେଲେ ନିଯୁକ୍ତ
- Edwardanicy on ପୁଣି ଖାକି ରେ କଳଙ୍କ,ପ୍ରେମିକ ସହ ମିଶି ନାବାଳିକା ସହ ଦୁଷ୍କର୍ମ କଲେ ପୋଲିସ ଏ ଏସ ଆଇ ।
- AngelSmesk on ଲକ୍ଡାଉନରେ କୌଣସି କୋହଳ କରାଯିବନି: କେଜରିଓ୍ବାଲ
- Brandondup on ଲୁଟେରାଙ୍କ ଟାର୍ଗେଟରେ ଆମ୍ବୁଲାନ୍ସ !
- Jadensausy on ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍

Choose modern online gaming payment gateway for a gaming business. Business solution provides tools for processing transactions. Depending on configuration provided electronic payment methods. Connection is carried out taking into account the project architecture. Before connecting it is recommended to consider integration requirements. Check individual terms based on the expected volume of transactions. Send a request online and discuss technical requirements.