ଜାମ୍ମୁ-କାଶ୍ମୀର, ୨୮/୧୧ : ଜାମ୍ମୁ-କାଶ୍ମୀରର ବଡଗାମଠାରେ ଆଜି ସକାଳୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ପତ୍ରକାର ସୁଜାତା ବୁଖାରୀଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଆତଙ୍କବାଦୀ ନବୀଦ ଜାଟ୍ ସମେତ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନବୀଦ ଜାଟ୍ ‘ରାଇଜିଙ୍ଗ କାଶ୍ମୀର’ର ପତ୍ରକାର ସୁଜାତ ବୁଖାରୀଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲା । ସୂଚନା ମୁତାବକ, ବୁଧବାର ସକାଳୁ ବଡଗାମ ଅଞ୍ଚଳରେ ୨-୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ କମିଂ ଅପରେଶନ ଆରମ୍ଭ କରାଯାଇଥିଲା । ଆତଙ୍କବାଦୀ ଲୁଚି ରହିଥିବାର ଆଶଙ୍କା ଥିବା ୨ଟି ଘରେ ସୁରକ୍ଷାକର୍ମୀମାନେ ବିସ୍ପୋରଣ କରିଥିଲେ ।
ଅନ୍ୟପକ୍ଷରେ ଏହି ଅପରେଶନରେ ସେନାର ୩ ଜଣ ଯବାନ ମଧ୍ୟ ଆହାତ ହୋଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ସୁଜାତ ବୁଖାରୀଙ୍କ ହତ୍ୟା ପରେ ନବୀଦ ଅନେକ ସ୍ଥାନରେ ନଜର ଆସିଥିବା ସତେ୍ୱ ସୁରକ୍ଷାକର୍ମୀମାନେ ତାକୁ ଧରିବାରେ ଅସଫଳ ହୋଇଥିଲେ । ଥରେ ସେ ଶ୍ରୀନଗରର ବଟମାଲୁ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ହାବୁଡରେ ପଡିଯାଇଥିଲା । କି;ୁ ସେଠାରୁ ମଧ୍ୟ ସେ ଖସି ପଳାଇବାରେ ସଫଳ ହୋଇଥିଲା । ଜାଟ୍କୁ ୨୦୧୪ ମସିହାରେ ୟାରିପୋରାଠାରେ ଗିରଫ କରାଯାଇଥିଲା । କି;ୁ ଫେବୃଆରୀ ୬ ତାରିଖ ଦିନ ସେ ଶ୍ରୀନଗରସ୍ଥିତ ଶ୍ରୀ ମହାରାଜା ହରିସିଂହ ହସ୍ପିଟାଲରୁ ନାଟକୀୟ ଭାବେ ଖସି ପଳାଇବାରେ ସକ୍ଷମ ହୋଇଥିଲା ।
ସାମ୍ବାଦିକ ବୁଖାରୀଙ୍କ ହତ୍ୟାକାରୀ ନବୀଦ ନିହତ

Leave a comment
Leave a comment