ମହାରାଷ୍ଟ୍ରରେ ବର୍ଷା ବିତ୍ପାତ : ପାଚେରୀ ଭୁଶୁଡି ୧୫ ଜଣଙ୍କର ମୃତ୍ୟୁ

Odisha Hot News
1 Min Read

ପୁଣେ : ପ୍ରବଳ ବର୍ଷା ଯୋଗୁ ମହାରାଷ୍ଟ୍ରରେ ସୃଷ୍ଟି ହୋଇଛି ଅଭାବନୀୟ ସ୍ଥିତି। ପୁଣେର କୋଣ୍ଡଓ୍ବାସ୍ଥିତ ତାଲାବ୍‌ ମସଜିଦ୍‌ ଅଞ୍ଚଳରେ ଏକ ୨୦ ପୁଟ ଉଚ୍ଚ କାନ୍ଥ ପ୍ରବଳ ବର୍ଷା ଯୋଗୁ ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ କାନ୍ଥ ତଳେ ଚାପି ୧୫ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଜଣ ଛୋଟ ପିଲା ଥିବା କୁହାଯାଉଛି। ୩ ଜଣ ଲୋକଙ୍କର ମୃତଦେହ ଉଦ୍ଧାର ହୋଇଥିବାବେଳେ ଯୁଦ୍ଧକାଳୀନ ଭିତ୍ତିରେ ବିପର୍ଯ୍ୟୟ ପ୍ରଶମନ ଦଳ ପକ୍ଷରୁ କାର୍ଯ୍ୟ ଜାରି ରହିଛି। ଏହି ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାତି ଗୋଟାଏ ୪୫ରେ ଏହି ନିର୍ମାଣଧୀନ ସ୍ଥଳରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ କାନ୍ଥ ପାର୍ଶ୍ୱରେ କୁଡ଼ିଆ କରି ରହୁଥିବା ଶ୍ରମିକଙ୍କ ଉପରେ ଏହା ପଡ଼ିଯାଇଥିଲା।

Share This Article
Leave a Comment