ଭୁବନେଶ୍ୱର : ପୁରୁଖା ଅଭିନେତ୍ରୀ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଡକ୍ଟର ମୀନତି ମିଶ୍ରଙ୍କ ପରଲୋକ ହୋଇଯାଇଛି। ସ୍ୱିଜରଲାଣ୍ଡରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି।ମୀନତି ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତ୍ରୀ, ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଓଡ଼ିଶୀ ନୃତ୍ୟଗୁରୁ ଥିଲେ। ସେ ପଡ଼ିଶା ଘରେ ରହୁଥିବା ଗୁରୁ ଦେବ ପ୍ରସାଦ ଦାସଙ୍କଠାରୁ ୧୯୪୮ରେ ପ୍ରଥମେ ଶିକ୍ଷା ଆରମ୍ଭ କରିଥିଲେ । ଏହାର ଦୁଇବର୍ଷ ପରେ ପଦ୍ମବିଭୂଷଣ ଗୁରୁ କେଳୁଚରଣ ମହାପାତ୍ର ଓ ପରେ ଗୁରୁ ପଙ୍କଜ ଚରଣ ଦାସଙ୍କଠାରୁ ଓଡ଼ିଶୀ ଶିଖିଥିଲେ । ତିନି ଜଣ ବିଶିଷ୍ଟ ଗୁରୁଙ୍କଠାରୁ ସେ ଭିନ୍ନ ଭିନ୍ନ ଶୈଳୀର ନୃତ୍ୟ ଶିଖିଥିଲେ ।୧୯୬୬ରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇ, ୧୯୯୨ ପର୍ଯ୍ୟନ୍ତ ଚାକିରିରେ ରହି ଅନେକ ନୃତ୍ୟଶିଳ୍ପୀଙ୍କୁ ତାଲିମ ଦେଇଛନ୍ତି । .୧୯୬୩ ମସିହାରେ ସୂର୍ଯ୍ୟମୁଖୀ କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ମୀନତି ସୂର୍ଯ୍ୟମୁଖୀ, ଅରୁନ୍ଧତୀ, ଭାଇଭାଉଜ ଓ ଜୀବନସାଥୀ ଫିଲ୍ମରେ ଅଭିନୟ କରିଛନ୍ତି ।ମୀନତି ୨୦୧୨ ମସିହାରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ଏହା ସହ ସେ ଗୁରୁ କେଳଚରଣ ମହାପାତ୍ର ସମ୍ମାନ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଓ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ।ମୀନତି କଟକରେ ଜନ୍ମ ଗ୍ରହଣ କରିଥିଲେ । ପିଲାବେଳେ ସେ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ନୃତ୍ୟ ଦେଖି ଆକୃଷ୍ଟ ହେଇଥିଲେ ଓ ଘରୁ ଅନୁମତି ପାଇ ନାଚ ଶିଖିବା ଆରମ୍ଭ କରିଥିଲେ ।
ଓଡ଼ିଶୀ ନୃତ୍ୟଶିଳ୍ପୀ ମୀନତି ମିଶ୍ରଙ୍କ ପରଲୋକ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- ScottHic on ଭାରତୀୟ କ୍ରିକେଟ୍ ସଦସ୍ୟଙ୍କୁ ବିସିସିଆଇ ତରଫରୁ ପୁରଷ୍କାର !
- HunterTip on ଯୁଦ୍ଧ ବିମାନ ଜାଗୁଆରରେ ଲାଗିଲା ନିଆଁ !
- Marcusvup on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- WendellNon on ମାର୍କେଟ୍ ବିଲ୍ଡିଂ ଯୁବକଙ୍କ ଆତଙ୍କ ଘଟଣା : ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ଦଙ୍ଗା ଭଳି ସାଂଘାତିକ ଦଫା
- NathanIcota on ୨-୦ ସିରିଜରେ ଭାରତୀୟ ମହିଳା ଆଗୁଆ !
