‘କାଳିଆ ଯୋଜନା’ ଦେଶକୁ ବାଠ ଦେଖାଇଛି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Odisha Hot News
1 Min Read

ଥିରେ ଚାଷୀ, ଭାଗ ଚାଷୀ, ଭୂମିହୀନ ଏବଂ ସାଧାରଣ କୃଷକ ମଧ୍ୟ ସାମିଲ ହୋଇଛନ୍ତି। ଚାଷୀଙ୍କର ମାନଦଣ୍ଡ ବୃଦ୍ଧି କରିବାରେ କାଳିଆ ଯୋଜନା ସହାୟକ ପାଲଟିଛି। ଆଗକୁ ଏହାଦ୍ୱାରା ୧୦ଲକ୍ଷ ଚାଷୀ ଉପକୃତ ହେବେ। ସେହିଭଳି ମହିଳା ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ରୋଜଗାରକ୍ଷମ କରାଯାଇପାରିଛି। ଗ୍ରାମାଞ୍ଚଳରେ ରହୁଥିବା ମହିଳାମାନେ ମିଶନ ଶକ୍ତି ଦ୍ୱାରା ସଶକ୍ତ ହୋଇଛନ୍ତି। ବିନା ସୁଧରେ ସେମାନଙ୍କୁ ଋଣ ଯୋଗାଇ ଦିଆଯାଉଛି। ଏହାଦ୍ୱାରା ସମସ୍ତ ମହିଳା ରୋଜଗାର କ୍ଷମ ହେଉଛନ୍ତି। ଫଳରେ ସେମାନେ ପୁରୁଷଙ୍କ ଉପରେ ନିର୍ଭର କରୁ ନ ଥିବା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ଜିଲା ଚଣ୍ଡିଖେଶଲ ନିକଟବର୍ତ୍ତୀ ସୁଙ୍ଗୁଡ଼ା ଖେଳ ପଡ଼ିଆରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଏହା କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭଦ୍ରକ-ଚାନ୍ଦବାଲି ଉନ୍ନତିକୃତ ରାସ୍ତା, ପାଇକରାପୁର ୧୩୨/୩୩ କେ. ଭି. ଗ୍ରିଡ୍‌ ସବ୍‌ଷ୍ଟେସନ୍‌, ଗଦି ଏବଂ ମତୋ ୩୩/୧୧ କେ. ଭି. ସବ୍‌ଷ୍ଟେସନ୍‌, ଚାନ୍ଦବାଲି ପାଓ୍ଵାର୍‌ ଗ୍ରିଡ୍‌, ଧାମରା ମତ୍ସ୍ୟ ପ୍ରାକ୍‌-ପ୍ରକ୍ରିୟାକରଣ କେନ୍ଦ୍ର, ଧାମରା ଦକ୍ଷତା ବିକାଶ କେନ୍ଦ୍ର, ଚାନ୍ଦବାଲି ମିନିଷ୍ଟାଡିୟମ୍‌, ନବନିର୍ମିତ ଭଦ୍ରକ ପାନ୍ଥନିବାସ ଓ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ, ନବନିର୍ମିତ ଭଦ୍ରକ ସରକାରୀ ପଲିଟେକ୍‌ନିକ୍‌ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ପ୍ରଭୃତି ୩୯୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ୧୬ଟି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି।

ଏହି ସଭାରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ନାରାୟଣ ଦାସ,  ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ଏମ୍‌ପି ରୀତା ତରାଇ, ବିଧାୟକ ଆକାଶ ଦାସ ନାୟକ, ଦେବାଶିଷ ନାୟକ, ପ୍ରୀତିରଞ୍ଜନ ଘଡେଇ, ପ୍ରଣବ ବଳବନ୍ତ ରାୟ ପ୍ରମୁଖ ଯୋଗ ଦେଇଥିଲେ।

Share This Article
Leave a Comment