ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ରେ ସୋମବାର ସକାଳୁ ୫-ଟି ସଚିବ ଭି. କେ. ପାଣ୍ଡିଆନ୍ ପହଞ୍ଚିଥିଲେ। ପାଣ୍ଡିଆନ୍ଙ୍କ ଅଚାନକ ଗସ୍ତ ସମ୍ପର୍କରେ ଓୟୁଏଟି କର୍ତ୍ତୃପକ୍ଷଙ୍କ ପାଖରେ ପୂର୍ବ ସୂଚନା ନ ଥିବାରୁ ସେ ହଡ଼ବଡ଼େଇ ଯାଇଥିଲେ। କିଛି ସମୟ ପରେ ଅଧିକାରୀମାନେ ସେଠାରେ ପହଞ୍ଚି ଯାଇଥିଲେ। ପାଣ୍ଡିଆନ୍ କୃଷି ମହାବିଦ୍ୟାଳୟ, ବେସିକ୍ ସାଇନ୍ସ କଲେଜ, ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗ, ଲାବରେଟୋରି, ଖେଳପଡ଼ିଆ ସମେତ ଛାତ୍ରୀଛାତ୍ରଙ୍କ ହଷ୍ଟେଲ୍ ବୁଲି ଦେଖିଥିଲେ ଏବଂ ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ। ଓୟୁଏଟି ଭିତ୍ତିଭୂମିକୁ ଅଧିକ ସୁଦୃଢ଼ ଏବଂ ଏହାର ବିକାଶ କରିବା ପାଇଁ ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ସମ୍ପୃକ୍ତ ଅଧିକାରୀ ଏବଂ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ। ସକାଳୁ ସକାଳୁ ପାଣ୍ଡିଆନ୍ଙ୍କ ଗସ୍ତ କ୍ୟାମ୍ପସରେ ଚର୍ଚ୍ଚାର ବିଷୟ ହୋଇଥିଲା। ଭିତ୍ତିଭୂମି ବିକାଶ ଲାଗି ରାଜ୍ୟ ସରକାର ଏକ ବଡ଼ ପ୍ୟାକେଜ୍ ଘୋଷଣା କରିବେ ବୋଲି ସେମାନେ ଏବେ ଆଶା କଲେଣି। ହଷ୍ଟେଲ ଭିତ୍ତିଭୂମିକୁ ଅଧିକ ପ୍ରାଥମିକତା ଦେବାକୁ ସେମାନେ ପାଣ୍ଡିଆନ୍ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଛାତ୍ରୀଛାତ୍ରଙ୍କ ମହଲରୁ ସୂଚନା ମିଳିଛି। ଗସ୍ତ ସମୟରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପବନ କୁମାର ଅଗ୍ରଓ୍ବାଲ, ବେସିକ୍ ସାଇନ୍ସ କଲେଜ ନିର୍ଦ୍ଦେଶକ ବିକାଶଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
୫-ଟି ସଚିବଙ୍କ ଓୟୁଏଟି ଗସ୍ତ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Roberthib on ପୁଣି ଆଜି ଏକ ବସ ଦୁର୍ଘଟଣାଗ୍ରସ୍ତ, ୧୧ ମୃତ ୧୯ ଆହତ!
- Roberthib on ସ୍ୱାମୀ ନୁହେଁ ତ ନରରାକ୍ଷସ , ସ୍ୱାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ !
- JoshuaFloli on ଆଜିର ରାଶିଫଳ
- Georgeslelm on ‘ଦେଇଥିବା କଥା ପୂରଣ ନ କରି ପୁର୍ନବାର ପ୍ରତିଶ୍ରୁତି ରଖିବା ଦୁର୍ଭାଗ୍ୟଜନକ’ : ବିଜେଡି
- RussellZerce on ଟେଲିଭିଜନ ଚ୍ୟାନେଲର ୨୫ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ
