କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାନଦୀ ମୁହାଣର ନିପାଣିଆରେ ଡଙ୍ଗା ବୁଡି ଘଟଣା । ଏହି ଡଙ୍ଗା ବୁଡି ଘଟଣାରେ ୯ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ୭ଜଣ ଶିଶୁ ଓ ୨ଜଣ ମହିଳା ଅଛନ୍ତି ଏବଂ ଏପର୍ଯ୍ୟନ୍ତ ଜଣେ ୬ବର୍ଷର ଶିଶୁ ଦେବସ୍ମିତର ନିଖୋଜ ଥିବା ବେଳେ ଉଦ୍ଧାର କାମ ଜାରି ରହିଛି । ସୂଚନା ମୁତାବକ ଗତକାଲି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳ ହସିଣା ଗାଁର ୧୭ଟି ପରିବାରର ପୁରୁଷ, ମହିଳା ଓ ଶିଶୁଙ୍କୁ ମିଶାଇ ମୋଟ ୫୫ ଜଣ ବଣଭୋଜି କରିବାକୁ ଦୁଇଟି ଦେଶୀ ଡଙ୍ଗା ଯୋଗେ ହୁକିଟୋଲା ଯାଇଥିଲେ। ତେବେ ସେଠାରୁ ସେମାନେ ଗୋଟିଏ ଡଙ୍ଗାରେ ଫେରୁଥିଲେ। ଫେରିବା ବେଳେ କେନ୍ଦ୍ରାପଡ଼ାର ନିପାଣିଆରେ ମହାନଦୀ ମୁହାଣରେ ଡଙ୍ଗାଟି ବୁଡ଼ି ଯାଇଥିଲା। ଡଙ୍ଗାର କ୍ଷମତା ୧୦ ଥିବା ବେଳେ ୫୫ ଜଣ ସେଥିରେ ଯାଇଥିଲେ ବୋଲି କୁହାଯାଉଛି । ଏହି ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ସେହିପରି ଆହତମାନଙ୍କୁ ମାଗଣା ଚିକିତ୍ସା କରିବା ପାଇଁ ଘୋଷଣା କରାଯାଇଛି । ତେବେ ମୃତଦେହ ଉଦ୍ଧାରକରି ମେଡିକାଲ ନିଆଯାଇଛି, ଶବ ବ୍ୟବଚ୍ଛେଦ ପରେ ୯ଜଣଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।
ମହାନଦୀରେ ଡଙ୍ଗା ବୁଡ଼ି !

Leave a Comment
Leave a Comment