ଅଶ୍ଳୀଳ ଭିଡିଓ ଭାଇରାଲ ଧମକ ଦେଇ ଯୁବତୀଙ୍କୁ ଗଣଦୁଷ୍କର୍ମ: ତିନି ଅଭିଯୁକ୍ତ ଗିରଫ

Odisha Hot News
1 Min Read

ନୟାଗଡ: ନୟାଗଡ ଜିଲ୍ଲା ଫତେଗଡ ଥାନା ଅଞ୍ଚଳରେ ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଉଲ୍ଲେଖ ଯୋଗ୍ୟ ଯେ, ପୀଡ଼ିତା ଜଣକ ୨୫.୧୦.୨୦୨୪ ତାରିଖ ଶୁକ୍ରବାରଦିନ ଫତେଗଡ଼ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ଗତ ୨୦.୧୦.୨୦୨୪ ସନ୍ଧ୍ୟା ପ୍ରାୟ ୬ଟା ୧୦ ମିନିଟ୍ ରେ ତାଙ୍କ ବନ୍ଧୁଙ୍କ ସହ ଫତେଗଡ଼ର ରାମ ମନ୍ଦିରରୁ ଫେରୁଥିବା ବେଳେ ପିଠାଖାଇ ଜଙ୍ଗଲ ନିକଟରେ ତିନି ଜଣ ଅଜ୍ଞାତ ବ୍ୟକ୍ତି ସେମାନଙ୍କୁ ଅଟକାଇଥିଲେ। ଏହାସହ ଅଭିଯୁକ୍ତମାନେ ଉଭୟଙ୍କୁ ଜୋରଜବରଦସ୍ତ ଜଙ୍ଗଲ ଭିତରକୁ ନେଇ ପୀଡିତାଙ୍କୁ ଅସଦାଚରଣ କରିବା ସହ ଅଶ୍ଳୀଳ ଭିଡିଓ ରେକର୍ଡିଂ କରିଥିଲେ। ଏହାକୁ ଭାଇରାଲ କରିବାର ଧମକ ଦେଇ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ।

ଏନେଇ ଥାନାରେ (କେସ୍ ନଂ ୨୭୬, ତାରିଖ ୨୫.୧୦.୨୦୨୪) ମାମଲା ରୁଜୁ ହୋଇଛି। ଅଭିଯୋଗ ପାଇବା ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଘଟଣାରେ ସମ୍ପୃକ୍ତ ଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ମାମଲାର ତଦନ୍ତ ଜାରି ରହିଛି। ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ପୋଲିସ ଆଇଜି ଏସ୍. ସାଇନ୍ ଏହି ମାମଲାର ତଦାରଖ କରୁଛନ୍ତି।

Share This Article