ସମ୍ବଲପୁରରେ ନବୀନଙ୍କ ଜୋରଦାର ପ୍ରଚାର

Odisha Hot News
0 Min Read

ସମ୍ବଲପୁର: ସମ୍ବଲପୁର ପିଏଚଡି ପଡିଆରେ ବିଶାଳ ଜନସଭାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକସଭା ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଆଶୀର୍ବାଦ ଲୋଡିଛନ୍ତି ନବୀନ। ମୁଖ୍ୟମନ୍ତ୍ରୀ ଭଲ କି ନାହିଁ ଲୋକଙ୍କୁ ପ୍ରଶ୍ନ ପଚାରିଥିଲେ। ମା ସମଲେଇ ପରିକ୍ରମା ପ୍ରକଳ୍ପ ଭଲ ହୋଇଛି କି ନାହିଁ ପଚାରିଛନ୍ତି। ବିରୋଧୀ ଦଳର ନେତାମାନେ ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଯୋଡି ଶଙ୍ଖଳରେ ଭୋଟ ଦେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ। ଜୁଲାଇରୁ ବିଜୁଳି ବିଲ୍‌‌ ଆସିବ ନାହିଁ। ବିଜେଡି ସରକାର ମାଗଣା ବିଜୁଳି ଦେବେ ବୋଲି ନବୀନ କହିଛନ୍ତି।

Share This Article