ସମସ୍ତ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ସାଂସଦ ଡଃ ପ୍ରଦୀପ ପାଣିଗ୍ରାହୀ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ସମସ୍ତ ମାମଲାରେ ଦୋଷମୁକ୍ତ ହୋଇଛନ୍ତି। ଆଜି ୩ଟି ମାମଲାରୁ ଦୋଷମୁକ୍ତ କରିଛନ୍ତି ବ୍ରହ୍ମପୁର ଗ୍ରାମାଞ୍ଚଳ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ। ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ସେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି।

ଗତକାଲି ୨ଟି ଓ ଆଜି ୩ଟି ମାମଲାରୁ ଦୋଷମୁକ୍ତ କଲେ ମାନ୍ୟବର ଅଦାଲତ। ନିର୍ଦ୍ଦୋଷ ପ୍ରମାଣିତ ପରେ ଡଃ ପାଣିଗ୍ରାହୀ ଭାରତୀୟ ନ୍ୟାୟ ସଂହିତାକୁ ସମ୍ମାନ ଓ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହା ସହ ସତ୍ୟର ବିଜୟ ହେଲା ବୋଲି ନିଜର ସମର୍ଥକଙ୍କ ଗହଣରେ ଡଃ ପାଣିଗ୍ରାହୀ ସାମ୍ବାଦିକଙ୍କ ସାମ୍ନାରେ ବିବୃତ୍ତି ରଖିଛନ୍ତି।

Share This Article