ଭଦ୍ରକ: ଛୁରା ମାଡ଼ ଘଟଣା ନେଇ ଗତ ପୌର ନିର୍ବାଚନ ସମୟରେ ସ୍ଥଗିତ ଥିବା ୬ଟି ବୁଥରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶମତେ ଆଜି ସାନି ମତଦାନ ଗ୍ରହଣ କରାଯାଇଛି । ଆସନ୍ତାକାଲି ଧାମନଗର କଲ୍ୟାଣ ମଣ୍ଡପରେ ଏହାର ଗଣତି ଥିବାରୁ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଆଶଙ୍କା କରି ଉପଖଣ୍ଡ ଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ୍ଙ୍କ ଦ୍ୱାରା ଧାମନଗର ଏନ୍.ଏ.ସି.ରେ ଆଜି ୧୪୪ ଧାରା ଜାରି କରାଯାଇଛି । ଆଜି ୫ ତାରିଖ ମଙ୍ଗଳବାର ରାତ୍ର ୯ ଘଟିକା ଠାରୁ ୭ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଏହି ୧୪୪ ଧାରା ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ଏହି ଆଇନ୍ ବଳରେ ୫ ଜଣ ରୁ ଅଧିକ ଲୋକ ଏକତ୍ର ହେବାକୁ ନିଷେଧ କରାଯିବା ସହ ୪ ଚକିଆ ଘରୋଇ ଯାନବାହନ ଚଳାଚଳକୁ ମଧ୍ୟ ବାରଣ କରାଯାଇଛି । ଏଥି ସହିତ ସେହି ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ଅନ୍ୟାଦେଶ ପର୍ଯ୍ୟନ୍ତ ବିଜୟ ଶୋଭାଯାତ୍ରାକୁ ମଧ୍ୟ ନିଷେଧ କରାଯାଇଛି । ସୂଚନାଯୋଗ୍ୟକି ଆଜି ସାନି ମତଦାନ କାର୍ଯ୍ୟ ଶାନ୍ତିଶୃଙ୍ଖଳାର ସହିତ ହୋଇଛି । ୭୩.୬୨% ମତଦାନ ହୋଇଛି ସମୁଦାୟ ୫୯୭୯ ଭୋଟରଙ୍କ ମଧ୍ୟରୁ ୪,୪୦୨ଜଣ ଭୋଟର ମତଦାନ କରିଛନ୍ତି ।
ଭୋଟ ଗଣତି ପାଇଁ ଧାମନଗର ଏନ୍ଏସିରେ ୧୪୪ ଧାରା – Fast News Network

You Might Also Like
- Advertisement -
Comment