ନିର୍ବାଚନ ପାଇଁ ରାଜ୍ୟ ବିଜେପି ଗଠନ କଲା ୪ ଟି ବଡ କମିଟି, ଜାଣନ୍ତୁ କେଉଁଥିରେ କିଏ

Odisha Hot News
1 Min Read

ଭୁବନେଶ୍ବର: ରାଷ୍ଟ୍ରୀୟ ବିଜେପି ସଭାପତି ଜେ ପି ନଡ୍ଡାଙ୍କ ଅନୁମୋଦନ କ୍ରମେ ଆଜି ଓଡିଶା ବିଜେପିର ଚାରୋଟି କମିଟ ଗଠନ ହୋଇଛି। ସେଗୁଡିକ ହେଲା କୋର କମିଟ, ନିର୍ବାଚନ କମିଟ, ଅର୍ଥ କମିଟ ଏବଂ ଶୃଙ୍ଖଳା କମିଟ। କୋର କମିଟରେ ସଭାପତି ମନମୋହନ ସାମଲ ମୁଖ୍ୟ ଥିବା ବେଳେ ଯେଉଁମାନେ ଅଛନ୍ତି ସେମାନେ ହେଲେ

 

ସେହିପରି ନିର୍ବାଚନ କମିଟରେ ଅଛନ୍ତି 15 ଜଣ ସଦସ୍ୟ। ଏଥିରେ ତିନିଜଣଙ୍କୁ ସ୍ବତନ୍ତ୍ର ନିମନ୍ତ୍ରିତ ଭାବେ ମଧ୍ୟ ନିଆଯାଇଛି। ସେମାନେ ହେଲେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲଙ୍କ ସହିତ ଆଉ ଦୁଇ ନିର୍ବାଚନ ପ୍ରଭାରୀ। ତେବେ ଏହି କମିଟରେ ମଧ୍ୟ ରାଜ୍ୟ ସଭାପତି ମୁଖ୍ୟ ଅଛନ୍ତି। ଅନ୍ୟ ଯେଉଁମାନେ ଅଛନ୍ତି ସେମାନେ ହେଲ..

ନିର୍ବାଚନ ଖର୍ଚ୍ଚ ପରିଚାଳନା ପାଇଁ ବିଜେପି ଗଠନ କରିଛି ଅର୍ଥ କମିଟ। ଏହି କମିଟର ମୁଖ୍ୟ ଅଛନ୍ତି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ଏଥିସହିତ ଅନ୍ୟ ଯେଉଁମାନେ ଅଛନ୍ତି ସେମାନେ ହେଲେ..

ନିର୍ବାଚନ ସମୟରେ ଯେଉଁମାନେ ଦଳ ବିରୋଧୀ କାର୍ଯ୍ୟ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି ଏକ କମିଟ ଗଠନ କରିଛି। ସାଂସଦ ପ୍ରତାପ ଷଡଙ୍ଗୀଙ୍କ ନେତୃତ୍ୟରେ ଏହି କମିଟ କାର୍ଯ୍ୟ କରିବ। ଏଥିରେ ଯେଉଁମାନେ ଅଛନ୍ତି ସେମାନେ ହେଲେ

ବିଜେପି ବର୍ତ୍ତମାନ ଫୁଲ୍ ଦମରେ ନିର୍ବାଚନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ସେଥିପାଇଁ ରାଷ୍ଟ୍ରୀୟ ବିଜେପିର ଅନୁମୋଦନ କ୍ରମେ ଦଳ ଗଠନ କରିଛି ଏହି କମିଟ।

Share This Article