ଭୁବନେଶ୍ୱର ; ଅଣ୍ଡର ଓ୍ୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ ଙ୍କ ସାମ୍ରାଜ୍ୟ ଟଲମଳ । ଗୋଟିଏ ନୁହେଁ ଏକାବେଳେ ଦୁଇ ଦୁଇଟି ଝଟକା ଲାଗିଛି ଦାଉଦକୁ । ଦାଉଦର ଡାହାଣ ହାତ କୁହାଯାଉଥିବା ଛୋଟା ସକିଲର ଭାଇ ଅନ୍ୱରକୁ ଗିରଫ କରାଯାଇଥିବାବେଳେ ଦାଉଦର ପୁତୁରା ସୋହେଲ୍ ସେଖ୍କୁ ଆମେରିକାରୁ ଡିପୋର୍ଟ କରି ଭାରତ ଅଣାଯାଉଛି ।
ସୋହେଲ୍ ଦାଉଦର ଭାଇ ନୂରାର ପୁଅ । ସୋହେଲ୍କୁ ୨୦୧୬ରେ ଆମେରିକାରେ ଗିରଫ କରାଯାଇଥିଲା । ସେଠାରେ ବେଆଇନ୍ ଭାବେ ଅସ୍ତ୍ରଶସ୍ତ୍ର କାରବାର କରୁଥିବା ଅଭିଯୋଗରେ ତାକୁ ଗିରଫ କରାଯାଇଥିଲା । ସେହିପରି ଛୋଟା ସକିଲର ଭାଇ ଅନ୍ୱର ଆବୁଧାବିରୁ କରାଚି ପାଇଁ ଉଡାଣ ଭରିବାକୁ ବାହାରିଥିବା ବେଳେ ବିମାନବନ୍ଦରରେ ହିଁ ତାକୁ ଗିରଫ କରାଯାଇଛି । ସେଠାରେ ଛୋଟା ସକିଲର ଭାଇ ଅନ୍ୱର ଗିରଫ ହେବା ପରେ ତାକୁ ଭାରତୀୟ ଦୂତାବାସ ପକ୍ଷରୁ ନିଜ ହେଫାଜତକୁ ନେବାକୁ ଚେଷ୍ଟା କରାଯାଉଛି । ଅନୱର ନିକଟରୁ ପାକିସ୍ତାନର ପାସପୋର୍ଟ ଜବତ କରାଯାଇଥିବାରୁ ପାକିସ୍ତାନ ଦୂତାବାସ ପକ୍ଷରୁ ମଧ୍ୟ ଅନୱରକୁ ନିଜ ହେଫାଜତକୁ ନେବା ପାଇଁ ଚେଷ୍ଟା କରାଯାଉଛି ।
ଟଳମଳ ଦାଉଦର ସାମ୍ରାଜ୍ୟ , ଏକାଥରେ ଦୁଇ ଦୁଇଟି ଝଟକା !

Leave a comment
Leave a comment