ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ପୁଲିସ ପରି ଦିଲ୍ଲୀ ପୁଲିସ ମଧ୍ୟ ଦଙ୍ଗାକାରୀଙ୍କ ଠାରୁ ସର୍ବସାଧାରଣ ଓ ବ୍ୟକ୍ତିଗତ ସମ୍ପତ୍ତି ନଷ୍ଟ ବାବଦ ଭରଣା ଅର୍ଥ ଆଦାୟ କରିବ। ଉତ୍ତର ପ୍ରଦେଶରେ ‘ସିଏଏ-ବିରୋଧୀ’ ହିଂସାକାଣ୍ଡରେ ନଷ୍ଟ ହୋଇଥିବା ସମ୍ପତ୍ତି ବାବଦ ଅର୍ଥ ଭରଣା କରିବାକୁ ଅନ୍ୟୂନ ୪୦୦ ଲୋକଙ୍କ ପାଖକୁ ନୋଟିସ ପଠାଯାଇଥିଲା। ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ନଷ୍ଟ ହୋଇଥିବା ସମ୍ପତ୍ତିର ଆକଳନରେ ପୌର କର୍ତ୍ତୃପକ୍ଷ ଏବଂ ଦିଲ୍ଲୀ ସରକାରଙ୍କୁ ସହାୟତା କରିବାକୁ କ୍ରାଇମ୍ ବ୍ରାଞ୍ଚ୍ର ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍ ଓ ସ୍ଥାନୀୟ ପୁଲିସକୁ ନିର୍ଦେଶନାମା ପଠାଯାଇଥିବା ବିଶେଷସୂତ୍ରରୁ ପ୍ରକାଶ।
ଉତ୍ତର ପ୍ରଦେଶ ପୁଲିସ ପରି ଦିଲ୍ଲୀ ପୁଲିସ ମଧ୍ୟ ଦଙ୍ଗାକାରୀଙ୍କ ଠାରୁ ଆଦାୟ କରିବ ସମ୍ପତ୍ତି ନଷ୍ଟ ବାବଦ ଭରଣା ଅର୍ଥ
You Might Also Like
Leave a Comment
Leave a Comment
- Advertisement -
