ଚେନ୍ନାଇ, : ସାରା ଦେଶରେ କରୋନା ପଜିଟିଭଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ଏବେ ଏହା ଚିନ୍ତାର କାରଣ ପାଲଟିଛି। ଗୋଟିଏ ଦିନ ପୂର୍ବରୁ ମୁମ୍ବାଇର ୫୩ ଗଣମାଧ୍ୟମ ପ୍ରତିନିଧି କରୋନାରେ ଆକ୍ରାନ୍ତ ଥିବା ଖବର ଆସିବା ପରେ ଏବେ ଚେନ୍ନାଇର ଏକ ତାମିଲ ଟେଲିଭିଜନ ଚ୍ୟାନେଲର ୨୫ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହା କରୋନା ଚିନ୍ତାକୁ ଦ୍ୱିଗୁଣିତ କରିଛି। ଏମାନଙ୍କ ମଧ୍ୟରେ ଖବରଦାତା, କ୍ୟାମେରାମ୍ୟାନ ଓ ଅନ୍ୟ କର୍ମଚାରୀ ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଉକ୍ତ ଟେଲିଭିଜନ ଚ୍ୟାନେଲର ପାଖାପାଖି ୯୪ ଜଣଙ୍କର କରୋନା ଟେଷ୍ଟ କରାଯାଇଥିଲା। ଏହାପରେ ୨୫ଜଣ କରୋନା ପଜିଟିଭ ଥିବା ଜଣାପଡିଛି। ଫଳରେ ଚ୍ୟାନେଲର ଲାଇଭ୍ ଶୋ’ ବନ୍ଦ ହେବା ସହ ଅନ୍ୟ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି। ମୁମ୍ବାଇର ୧୭୦ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୩ ଜଣଙ୍କର ପଜିଟିଭ ଆସିଥିଲା। ଏହାକୁ ଦେଖିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଧ୍ୟ ଦିଲ୍ଲୀରେ ଗଣମାଧ୍ୟମ ପ୍ରତିନିଧିଙ୍କ କରୋନା ଟେଷ୍ଟ କରିବା ଆବଶ୍ୟକ ବୋଲି କହିଥିଲେ।
ଟେଲିଭିଜନ ଚ୍ୟାନେଲର ୨୫ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- MatthewNiz on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- DwayneKeple on ରାଜ୍ୟରେ ପଞ୍ଚମ କରୋନା ରୋଗୀ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି
- DwayneKeple on ଘରେ ପସ୍ତୁତ କରନ୍ତୁ ….ବ୍ରେଡ୍ ପୁଡିଂ ।
- DwayneKeple on ମଧ୍ୟପ୍ରଦେଶ ରାଜନୀତି ସରଗରମ: ଶକ୍ତି ପରୀକ୍ଷା ନେଇ ଅନିଶ୍ଚିତତା
- DwayneKeple on କେନ୍ଦ୍ରାପଡାରେ ପୁଣି ଏନକାଉଣ୍ଟର , ଅପରାଧୀ ଲିଟୁ ଆହତ
