ଭଦ୍ରକ ବିଜୁ ଜନତା ଦଳ ଟାଉନ୍ କମିଟି ପକ୍ଷରୁ ଇଫ୍‌ତାର ପାର୍ଟି

Odisha Hot News
1 Min Read

ଭଦ୍ରକ: ଭଦ୍ରକ ବିଜୁ ଜନତା ଦଳ ଟାଉନ୍ କମିଟି ପକ୍ଷରୁ ଆବାହକ୍ ସେକ୍ ତାହେର ମହମ୍ମଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ମଦିନା ମଇଦାନ ଠାରେ ଏକ ଇଫତାର ପାର୍ଟି ଅନୁଷ୍ଠିତ ହୋଇଯାଇଛି । ଏହି ଇଫତାର ପାର୍ଟିରେ ବହୁ ହିନ୍ଦୁ-ମୁସଲମାନ ବ୍ୟକ୍ତିବିଶେଷ ଯୋଗଦେଇ ଏକ ଭାଇଚାରାର ନିଦର୍ଶନ ସୃଷ୍ଟି କରିବା ସହ ସମସ୍ତେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଇଫତାର ପାର୍ଟିରେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଭଦ୍ରକ ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ଭଦ୍ରକ ପୌରପାଳିକା ଉପାଧ୍ୟକ୍ଷ ଅଂଜୁବାଳା ଜେନା, ଭଦ୍ରକ ବ୍ଲକ୍ ଅଧ୍ୟକ୍ଷ ଉର୍ମିଳା ନାୟକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ପୌରପାଳ ମାନସ ମହାନ୍ତି, ସମାଜସେବୀ ରାଜଲକ୍ଷ୍ମୀ ମହାପାତ୍ର, ଦେବହୁତି ମହାପାତ୍ର, ମମତା ପାଢୀ, ଅତିଶ ବେହେରା, ସ୍ଥାନୀୟ ଅଂଚଳର ବିଶିଷ୍ଟ ସମାଜସେବୀ ହରିହର ନନ୍ଦୀ, ପବନ ଶର୍ମା ଓ ବିଜେଡିର ସମସ୍ତ କାଉନ୍‌ସିଲର ଉପସ୍ଥିତ ରହି ପବିତ୍ର ଇଦ୍ ପର୍ବ ତଥା ରମଜାନ ମାସ ସମସ୍ତଙ୍କୁ ସୁଖ, ସମୃଦ୍ଧିର ବାର୍ତ୍ତା ଦେବା ସହ ସମସ୍ତେ ମିଳିମିଶି ଚଳିବାକୁ ପଡିବ ବୋଲି କହିଥିଲେ । ଏହି ଇଫତାର ପାର୍ଟିରେ ସମସ୍ତେ ସହଯୋଗ କରିଥିବାରୁ ଟାଉନ୍ ବିଜେଡି ପକ୍ଷରୁ ତାହେର ମହମ୍ମଦ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Share This Article