ମାଞ୍ଚେଷ୍ଟର : ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ସାହସିକଭରା ଅର୍ଦ୍ଧଶତକୀୟ ଇନିଂସ ସତ୍ତ୍ୱେ ଏଠାରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍ର ପ୍ରଥମ ସେମିଫାଇନାଲରେ ଭାରତ ୧୮ ରନରେ ନ୍ୟୁଜିଲାଣ୍ଡ ନିକଟରୁ ପରାସ୍ତ ହୋଇଛି। ଏଥିସହ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ବିଶ୍ୱକପ୍ରୁ ଏହାର ଅଭିଯାନ ଶେଷ କରିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଧାର୍ଯ୍ୟ ୨୪୦ ରନର ଲକ୍ଷ୍ୟକୁ ପିଛା କରି ଭାରତ ୪୯.୩ ଓଭରରେ ୨୨୧ ରନ କରି ଅଲ୍ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ଜାଡେଜା ୭୭ (୫୯ ବଲ୍, ୪ ଚୌକା, ୪ ଛକା) ରନ କରିଥିବବେଳେ ଭେଟେରାନ ମହେନ୍ଦ୍ର ସିଂ ଧୋନୀ (୫୦ ରନ, ୭୨ ବଲ) ତାଙ୍କୁ ଉପଯୁକ୍ତ ସହାୟତା କରିଥିଲେ। ଏପରି କି, ୭ମ ଉଇକେଟ୍ ଯୋଡ଼ିରେ ଉଭୟ ୧୧୬ ରନର ଭଗୀଦାରି କରି ଭାରତ ପାଇଁ ଗୋଟିଏ ସମୟରେ ବିଜୟ ଆଶା ସଞ୍ଚାର କରିଥିଲେ ମଧ୍ୟ ଦଳ ଲକ୍ଷ୍ୟଠାରୁ ୧୮ ରନ ଦୂରରେ ରହିଯାଇଥିଲା। ପ୍ରାରମ୍ଭରୁ ଭାରତ ୫ ରନରେ ରୋହିତ୍ ଶର୍ମା (୧ ରନ), କୋହଲି (୧) ଓ ଲୋକେଶ ରାହୁଲ (୧)ଙ୍କ ଉଇକେଟ୍ ହରାଇ ଘୋର ସଙ୍କଟରେ ପଡ଼ିଥିଲା। ଫାଇନାଲରେ ପ୍ରବେଶ କରିଥିବା ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାନ ଅଫ୍ ଦି ମ୍ୟାଚ୍ ମ୍ୟାଟ୍ଟ ହେନରୀ ସର୍ବାଧିକ ୩ ଉଇକେଟ୍ ନେଇଥିଲେ। ଏହି ବର୍ଷା ବାଧାପ୍ରାପ୍ତ ସେମିଫାଇନାଲ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ମଙ୍ଗଳବାର ୪୬.୧ ଓଭରରେ ୨୧୧ ରନ କରିଥିଲା। ବୁଧବାର ରିଜର୍ଭ ଡେ’ରେ ଏହି ଅସମାପ୍ତ ଇନିଂସରୁ ଖେଳ ଆରମ୍ଭ କରି ୫୦ ଓଭରରେ ୮ ଉଇକେଟ୍ ହରାଇ ୨୩୯ ରନ କରିବାକୁ ସମର୍ଥ ହୋଇଥିଲା।
ବିଶ୍ୱକପ୍ରୁ ବିଦାୟ ନେଲା ଭାରତ
Leave a Comment
Leave a Comment
- Advertisement -
Stay Connected
Comment
- reglan injection on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- lasix pill on ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ
- levitra on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା
- AmunRa on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- metoprolol tart on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
