ପୁରୀ ଅଫିସ,୨୪।୧୦: ସ୍କୁଲ ଗେମ୍ସ ଫେଡେରେଶନ ଅଫ ଇଣ୍ଡିଆ(ଏସ୍ଜିଏଫଆଇ) ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ୬୪ ତମ ନ୍ୟାଶନାଲ ସ୍କୁଲ ଗେମ୍ସ ଆସିତେଡୁ(ଆଖଡା) ପ୍ରତିଯୋଗିତାରେ ଓଡ଼ିଶାକୁ ୧୧ଟି ପଦକ ମିଳିଛି। ଏଥିରେ ୨ଟି ଗୋଲ୍ଡ ଏବଂ ୭ଟି ବ୍ରୋଞ୍ଜ ପଦକ ରହିଛି। ତୁଷାର ରଞ୍ଜନ ସାହୁ ଓ ରାହୁଲ ପଟେଲ ଗୋଲ୍ଡ ଏବଂ ସତ୍ୟଜିତ ନାୟକ, ସେଖ୍ ଅକତର, ବର୍ଷା ପ୍ରିୟଦର୍ଶିନୀ, ଲୋପିତା ମିଶ୍ର, ଅର୍ପନା ପଣ୍ଡା, ସମୀକ୍ଷା ମହାରଣା, ଉମେଶ ପ୍ରଧାନ, ପ୍ରତ୍ୟୁଷ ରାଉତ, ସୌରଭ ଭୋଇ ପ୍ରମୁଖ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ବୋଲି ଆଖଡାର ଓଡ଼ିଶା ରାଜ୍ୟ ସମ୍ପାଦକ ସବ୍ୟସାଚୀ ରଥ ସୂଚନା ଦେଇଛନ୍ତି। ରାଜସ୍ଥାନର ଢୋଲପୁରଠାରେ ଅକ୍ଟୋବର ୧୯ ରୁ ୨୧ ତିନି ଦିନ ବ୍ୟାପୀ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାରୁ ୧୫ ଜଣ ଖେଳାଳି ବିଭିନ୍ନ ବିଭାଗରେ ଅଂଶଗ୍ରହଣ କରିଥିଲେ। ଓଡ଼ିଶାରୁ ରେଫରି ଭାବେ ସନ୍ତୋଷ ପାତ୍ର ଓ ନିତୁ ପ୍ରିୟଦର୍ଶିନୀ ଏବଂ ପ୍ରିୟମ୍ବଦା ଜେନା ପ୍ରମୁଖ ଏହି ପ୍ରତିଯୋଗିତାରେ ଯୋଗଦେଇ ଥିଲେ। ବୁଧବାର ଉତ୍କଳ ଏକ୍ସପ୍ରେସ ଯୋଗେ ଖେଳାଳିମାନେ ପୁରୀରେ ପହଞ୍ଚିଥିଲେ। ଷ୍ଟେଶନ ପରିସରରେ ଜିମ୍ନାଷ୍ଟିକ କୋଚ୍ ପ୍ରଦୀପ କୁମାର ସାହୁ, କ୍ରୀଡା ଶିକ୍ଷକ ଗୋପାଳ ଚନ୍ଦ୍ର ପରିଡା, ଲକ୍ଷ୍ମୀପ୍ରିୟା ନାଥ,ଧ୍ରୁବଚରଣ ଦାଶ ଏବଂ ପୁରୀ ଜିଲାର ବହୁ କ୍ରୀଡାବିତ୍ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶାର ବିଭିନ୍ନ ଜିଲାର ସ୍କୁଲରେ ଯେପରି ଏହି କ୍ରୀଡା ପ୍ରତି ପିଲାଙ୍କ ଆଗ୍ରହ ବୃଦ୍ଧି ପାଇବ ସେଥିଲାଗି ଉଦ୍ୟମ କରାଯିବ। ଭବିଷ୍ୟତରେ ଅଧିକରୁ ଅଧିକ ପଦକ ହାସଲ ଲାଗି ଚେଷ୍ଟା ଜାରି ରହିବ ବୋଲି ସମ୍ପାଦକ ରଥ କହିଛନ୍ତି।
ଆସିତେଡୁ(ଆଖଡା) ପ୍ରତିଯୋଗିତାରେ ଓଡ଼ିଶାକୁ ୧୧ପଦକ
Leave a Comment
Leave a Comment
- Advertisement -
Stay Connected
Comment
- mostbet_czpr on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- aviator_yipa on ହୃଦରୋଗର ସରଳ ଉପଚାର
- mostbet_sssl on ଭାରତୀୟ ବାୟୁ ସେନାକୁ ଟୁଇଟ କରି ସାଲ୍ୟୁଟ ଜଣାଇଲେ ନବୀନ
- mostbet_sapr on Live Tv
- aviator_akpa on ସଂସାର ଉଜାଡ଼ି ଦେଲା ଘରୋଇ କଳି; ନିଷ୍ଟୁର ବାପ କିରୋସିନ ଢାଳି ଝିଅ ଉପରେ ନିଆଁ ଲଗାଇ ଦେଲା !
