ଭୁବନେଶ୍ୱର :ଭାରତକୁ ଏକ କ୍ରୀଡ଼ା ମହାଶକ୍ତିରେ ପରିଣତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସର୍ବପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଆରମ୍ଭ ହେବାକୁ ଯାଉଛି। ଏହାର ପ୍ରଥମ ସଂସ୍କରଣ ଭୁବନେଶ୍ୱରରେ ଅନୁଷ୍ଠିତ ହେବ।
”ଭାରତର କ୍ରୀଡ଼ା ରାଜଧାନୀର ମାନ୍ୟତା ପାଉଥିବା ଭୁବନେଶ୍ୱରରେ ସର୍ବପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଆୟୋଜିତ ହେଉଥିବାରୁ ମୁଁ ବହୁତ ଖୁସି। ଭାରତ ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ ଏହାକୁ ଏକ ବାର୍ଷିକ କ୍ରୀଡ଼ାରେ ପରିଣତ କରନ୍ତୁ ବୋଲି ମୁଁ ଚାହିଁବି। ଇଭେଣ୍ଟ ସମୟରେ ଖେଳୁଆଡ଼ ମନୋଭାବ ପ୍ରକାଶ ପାଇବା ନେଇ ମୁଁ ଦୃଢ଼ ନିଶ୍ଚିତ। ରାଜ୍ୟ ସରକାର ଓ କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି କ୍ରୀଡ଼ାକୁ ସ୍ମରଣୀୟ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବ। ଏଥିରେ ଭାଗ ନେବାକୁ ଯାଉଥିବା ବିଶ୍ୱବିଦ୍ୟାଳୟ ଦଳ ଗୁଡ଼ିକ ଏଠାକାର ସମୃଦ୍ଧ କଳା, ସଂସ୍କୃତି ଓ ଆତିଥ୍ୟରେ ସ୍ମରଣୀୟ ସ୍ମୃତି ନେଇ ଫେରିବା ମୋର ଆଶା“ ବୋଲି ସୋମବାର ପ୍ରତିଯୋଗିତାର ଜର୍ସି ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଭାରତକୁ କ୍ରୀଡ଼ାର ମହାଶକ୍ତିରେ ପରିଣତ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହି ପରିପ୍ରେକ୍ଷୀରେ ଖେଲୋ ଇଣ୍ଡିଆ ୟୁ୍ଥ୍ ଗେମ୍ସ, ୟୁନିଭର୍ସିଟି ଗେମ୍ସ, ସ୍କୁଲ ଗେମ୍ସ ଓ ଭିନ୍ନକ୍ଷମ କ୍ରୀଡ଼ା ପ୍ରତିବର୍ଷ ଆୟୋଜିତ ହେବ। ପ୍ରତି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଅତିକମ୍ରେ ଗୋଟିଏ ଲେଖାଏ କ୍ରୀଡ଼ାକୁ ପ୍ରମୋଟ କରିବେ। ଫଳରେ ୨୦୨୮ ଅଲିମ୍ପିକ୍ସ ବେଳକୁ ବିଶ୍ୱ କ୍ରୀଡ଼ା ଜଗତରେ ଭାରତ ଏକ କ୍ରୀଡ଼ା ଶକ୍ତିରେ ପରିଣତ ହୋଇଥିବ ବୋଲି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ ପ୍ରକାଶ କରିଛନ୍ତି। ଏହି ଅବସରରେ ପ୍ରତିଯୋଗିତାର ମାସ୍କଟ ଓ କାର୍ଯ୍ୟସୂଚୀ ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା ଏମ୍ପି ଅଚ୍ୟୁତ ସାମନ୍ତ, କେନ୍ଦ୍ର କ୍ରୀଡ଼ା ସଚିବ ରାଧେଶ୍ୟାମ ଜୁଲାନିଆ, ରାଜ୍ୟ କ୍ରୀଡ଼ା ସଚିବ ବିଶାଲ କୁମାର ଦେବ, ୫ ଟି ସଚିବ କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ଓ ଜାତୀୟ ସ୍ତରର ଅନେକ ଟପ୍ ଆଥଲେଟ୍ ମଧ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂ, ମହିଳା ହକି ତାରକା ରଶ୍ମିତା ମିଞ୍ଜ, ସ୍ପ୍ରିଣ୍ଟ କୁଇନ୍ ଦୂତୀ ଚାନ୍ଦ, ଧାବକ ଅମିୟ ମଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଜର୍ସି, ମାସ୍କଟ ଉନ୍ମୋଚିତ: ‘ଭାରତ ହେବ କ୍ରୀଡ଼ାର ମହାଶକ୍ତି’
13 Comments
13 Comments

лечение в наркологическом стационаре лечение в наркологическом стационаре
вызов врача нарколога на дом москва недорого вызов врача нарколога на дом москва недорого
врач нарколог на дом москва врач нарколог на дом москва
наркологический стационар в спб наркологический стационар в спб
врач нарколог выезд на дом врач нарколог выезд на дом
вызвать нарколога на дом в москве вызвать нарколога на дом в москве
выезд нарколога на дом цена выезд нарколога на дом цена
реабилитация наркозависимых стационар реабилитация наркозависимых стационар
вызов нарколога на дом цена вызов нарколога на дом цена
вызов нарколога на дом цена вызов нарколога на дом цена
кодирование от алкоголизма стационар кодирование от алкоголизма стационар
нарколог на дом цена москва врач выезд нарколог на дом цена москва врач выезд
1win android kazino http://1win39427.help/