କାନ୍ଥରେ ବାଜିଲା ଏୟାର ଇଣ୍ଡିଆ ବିମାନ ଡେଣା

Odisha Hot News
0 Min Read

ଷ୍ଟକ୍‌ହୋମ୍‌ : ଏୟାର ଇଣ୍ଡିଆର ଏକ ଯାତ୍ରୀବାହୀ ବିମାନ ସ୍ବିଡେନ ରାଜଧାନୀ ଷ୍ଟକ୍‌ହୋମ୍‌ର ଅରଲାଣ୍ଡା ବିମାନ ବନ୍ଦରରେ ଏକ କୋଠାକୁ ଧକ୍କା ଦେଇଥିଲା। ବିମାନର ଏକ ଡେଣା ଘରର କାନ୍ଥରେ ବାଜିଥିଲା। ତେବେ ଏଥିରେ ବିମାନରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ କେହି ହତାହତ ହୋଇନାହାନ୍ତି ବୋଲି ସ୍ଥାନୀୟ ପୋଲିସ ସୂତ୍ରରୁ ପ୍ରକାଶ। ୧୭୯ ଯାତ୍ରୀଙ୍କୁ ନେଇ ଯାଇଥିବା ବିମାନଟି ଟର୍ମିନାଲ-୫ରୁ ୫୦ ମିଟର ଦୂରରେ ଘରକୁ ଧକ୍କା ଦେଇଥିଲା। ବିମାନଟି ନୂଆଦିଲ୍ଲୀରୁ ଷ୍ଟକ୍‌ହୋମ୍‌ ଯାଇଥିଲା। କମ୍ପାନୀ ପକ୍ଷରୁ ବିମାନର ଦୁଇ ପାଇଲଟଙ୍କୁ ଉଡାଣରୁ ରୋକିବା ସହ ଏହାର ତଦନ୍ତ ଆରମ୍ଭ କରିଛି।

Share This Article
1,190 Comments