ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ସହ ଆୟୋଗଙ୍କ ଏକ ବୈଠକରେ ରାଜ୍ୟର ବିକାଶ ଓ ସମ୍ବଳ ବିନିଯୋଗ ଉପରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଆୟୋଗ ଅଧ୍ୟକ୍ଷ ଏନ୍ କେ ସିଂହ ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଦାରିଦ୍ର୍ୟ ହାର ହ୍ରାସ ଲାଗି ରାଜ୍ୟ ପଦକ୍ଷେପ ନେଉବୋଲି ପଞ୍ଚଦଶ ଅର୍ଥ କମିଶନ କହିଛନ୍ତି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଇଏମଆର ଏବଂ ଏମଏମଆର କ୍ଷେତ୍ରରେ ଓଡ଼ିଶା ଭଲ ପ୍ରଦର୍ଶନ କରୁଥିଲେ ହେଁ ଡାକ୍ତରଙ୍କ ଅନୁପାତ କମ ରହିଛି । ତେବେ ଏହି ସଂଖ୍ୟା ବଢ଼ାଯିବାକୁ ପଡିବ ବୋଲି ଆୟୋଗ ଅଧ୍ୟକ୍ଷ କହିଥିଲେ। ତେଣୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଶେଷ କରି ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାର ମାନ ବୃଦ୍ଧି ଲାଗି ଅଧିକ ମେଡ଼ିକାଲ କଲେଜ ଏବଂ ହସପିଟାଲ ପ୍ରତିଷ୍ଠା କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।ରାଜ୍ୟର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା କେତେକ ପଦକ୍ଷେପ ଉପରେ ଆୟୋଗ ସନ୍ତୋଷ ବ୍ୟକ୍ତ କରିଥିଲେ ହେଁ ଦାରିଦ୍ର୍ୟ ହାର ହ୍ରାସ ଲାଗି ଅନେକ କିଛି କରାଯିବାର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ। ମୁଣ୍ଡପିଛା ଆୟ ବଢ଼ାଇବା ଦିଗରେ ଅଧିକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଅପରପକ୍ଷରେ ରାଜ୍ୟର ଅଭିବୃଦ୍ଧି ହାର ଉଚ୍ଚ ରହୁଥିବା ଦର୍ଶାଯାଇଥିଲେ ହେଁ ଏହା ନିୟମିତ ଭାବେ ଅସ୍ଥିର ଓ ବିସଙ୍ଗତ ରହୁଥିବା ନେଇ ଆୟୋଗ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ମିଳିତ ପ୍ରୟାସ ଯୋଗୁଁ ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶର ମାଇକ୍ରୋ-ଅର୍ଥନୈତିକ ଶକ୍ତି ତଥା ପରିଚାଳନା ସୁଦୃଢ଼ ରହିଥିବା ଆୟୋଗର ଅଧ୍ୟକ୍ଷ ମତ ଦେଇଥିଲେ।
ରାଜ୍ୟକୁ ପ୍ରଶଂସା କଲେ ଅର୍ଥ କମିଶନ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- mostbet_adot on ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆଉ ୯ ବିଧାନସଭା ଓ ଗୋଟିଏ ଲୋକସଭା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।
- mostbet_riOa on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
- mostbet_svEr on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
- mostbet_tcot on ଆଜିର ରାଶିଫଳ
- 1xbet indir_jpKa on ଆଜିର ରାଶିଫଳ
