ବରଗଡ: ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇଲେ ଯୁବକ । ଫଳରେ ତାଙ୍କ ଶରୀର ୮୦ ପ୍ରତିଶତ ଜଳିଯାଇଛି । ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଜଣଙ୍କ ହେଲେ ଫିର୍ଦ୍ଦୋସ ଖାନ(୩୦) । ଘର ସମ୍ବଲପୁର ଭୁତାପଡାଗ୍ରାମରେ । ତେବେ ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଟାଉନ ଥାନା ଅନ୍ତର୍ଗତ ନଦୀପଡା ନିକଟସ୍ଥ ଜିଡି ଗୋୟଲ ଧର୍ମଶାଳା ରେ । ସୂଚନାମୁତାବକ, ଫିର୍ଦ୍ଦୋସ ବରଗଡ଼ ଗୋକୁଲଧାମ ରେ ରହୁଥିବା ରବିଶଙ୍କର ଅଗ୍ରୱାଲ ଙ୍କ ନବଜାତକ ପୁଅ ର ଜନ୍ମୋତ୍ସବ ରେ ଆୟୋଜିତ ଭୋଜି ର ଠିକା ନେଇଥିଲେ ।ତେବେ ତାଙ୍କ ସହ ସହଯୋଗୀ ଭାବେ କଲିକତା ୨୪ ପ୍ରଗଣା ର ରୁମା ପୋଦ୍ଦାର ଓ ହାଓଡ଼ା ର ନିଶୁ କୁମାରୀ ଏବଂ ଦୁଇ ଜଣ ଝିଅ ମଧ୍ୟ ଆସିଥିଲେ ।ତେବେ ଫିର୍ଦ୍ଦୋସ ହଠାତ କେଉଁ କାରଣରୁ ନିଜ ଦେହ ରେ ନିଆଁ ଲଗାଇଲେ ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।ଗୁରୁତର ଆହତ ଙ୍କୁ ପ୍ରଥମେ ବରଗଡ଼ ମୁଖ୍ୟ ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ରାଉରକେଲା ଆଇ ଜି ଏଚ କୁ ପଠାଇଦିଆଯାଇଥିବା ଜଣାପଡିଛି। ଅନ୍ୟପଟେ ଏହି ଘଟଣା ରେ ମାଜିଷ୍ଟ୍ରେଟ ଉପସ୍ଥିତି ରେ ଦୁଇ ଜଣକୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି ପୋଲିସ ।
ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇଲେ ଯୁବକ, ୮୦ ପ୍ରତିଶତ ପୋଡିଗଲା ଶରୀର, ଆତ୍ମହତ୍ୟା ଉଦ୍ୟମ ର କାରଣ ଅସ୍ପଷ୍ଟ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- JamesVog on ଓଏଏସ୍ ଅଫିସର୍ ସ୍ତରରେ ଅଦଳବଦଳ : ବଦଳିଲେ ୧୨ ଓଏଏସ୍ ଅଫିସର୍
- Duanepoina on ଆଜି କ୍ୱାଟର ଫାଇନାଲରେ ମୁହାଁମୁହିଁ ହେବେ : ଆର୍ଜେଣ୍ଟିନା-ଇଂଲଣ୍ଡ, ଅଷ୍ଟେଲିଆ-ଫ୍ରାନ୍ସ !
- Shawngaw on ‘ଜନତା କର୍ଫ୍ୟୁ’କରୋନା କବଳରୁ ଦେଶ ଓ ରାଜ୍ୟକୁ ସୁରକ୍ଷିତ ରଖିବ
- Michaelgedly on Sports among children
- Deweywom on ଘରେ ପସ୍ତୁତ କରନ୍ତୁ ….ବ୍ରେଡ୍ ପୁଡିଂ ।
