ଭୁବନେଶ୍ବର: ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି ହେବା ପରେ ଆଜି ଅତିରିକ୍ତ ଶାସନ ସଚିବ କୃପାସିନ୍ଧୁ ମିଶ୍ର ବିଭାଗର ଦାୟିତ୍ବ ଗ୍ରହଣ କରିଛନ୍ତି । ଦାୟିତ୍ବ ଗ୍ରହଣ କରିବା ପରେ ଅଧିକାରୀମାନଙ୍କୁ ନିଜର ଦାୟିତ୍ବ ପ୍ରତି ସଚେତନ ହେବା ସହ ଦକ୍ଷତାର ସହ କର୍ତ୍ତବ୍ୟ ନିର୍ବାହ କରିବାକୁ ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି। ସୋମବାର ପୂର୍ବାହ୍ନରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଶ୍ରୀ ମିଶ୍ରଙ୍କୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଲୋକସମ୍ପର୍କ ଭବନରେ ସ୍ବାଗତ ଜଣାଇଥିଲେ। ଅପରାହ୍ନରେ ଶ୍ରୀ ମିଶ୍ର ଏକ ବୈଠକ ଡାକି କାର୍ଯ୍ୟକ୍ଷେତ୍ରରେ ନିୟୋଜିତ ଅଧିକାରୀମାନେ ସ୍ବଚ୍ଛତା, ଦକ୍ଷତା ଓ ସାଧୁତା ବଜାୟ ରଖି ଉତ୍ତମ ପ୍ରଶାସନର ସୁଫଳକୁ ଲୋକଙ୍କ ପାଖରେ ପହଞ୍ଚାଇବେ ବୋଲି ଆଶା ପ୍ରକଟ କରିଥିଲେ। ଏହାସହିତ ବୈଷୟିକ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରି ଅଧିକ କ୍ରିୟାଶୀଳ ଓ ତତ୍ପର ହେବା ପାଇଁ ଶ୍ରୀ ମିଶ୍ର କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଯୁଗ୍ମ ଶାସନ ସଚିବ ଶୁଭେନ୍ଦ୍ର କୁମାର ନାୟକ, ଉପନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାସଙ୍କ ସମେତ ବିଭାଗର ସମସ୍ତ ସୂଚନା ଅଧିକାରୀମାନେ ଉପସ୍ଥିତ ଥିଲେ।
ସୂଚନା ଓ ଲୋକସମ୍ପର୍କ ବିଭାଗର ଦାୟିତ୍ବ ନେଲେ ନୂଆ ନିର୍ଦ୍ଦେଶକ
Leave a Comment
Leave a Comment
- Advertisement -
